ଭୁବନେଶ୍ୱର: େଓ୍ଵଷ୍ଟର୍ନ କୋଲ୍ଫିଲ୍ଡ ଲିମିଟେଡ୍ (ଡବ୍ଲୁସିଏଲ୍), ନାଗପୁର ଦ୍ୱାରା ଗତ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି କୋଲ୍ ଇଣ୍ଡିଆ ଅନ୍ତଃକମ୍ପାନି ଶକ୍ତି ଉତ୍ତୋଳନ, ଭାରୋତ୍ତୋଳନ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ସୁନ୍ଦର ସ୍ୱାସ୍ଥ୍ୟରେ ଏମ୍ସିଏଲ୍ର ସୁରକ୍ଷା କର୍ମୀ ପ୍ରୀତମ୍ କୁମାର ଦାସ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମୁଖ୍ୟ ଅତିଥି ଡବ୍ଲୁସିଏଲ୍ର ମୁଖ୍ୟ ପରିଚାଳନା ଅଧିକାରୀ ଆର୍ଆର୍ ମିଶ୍ରଙ୍କ ଉପସ୍ଥିତିରେ ନିର୍ଦେଶକ (କାର୍ମିକ) ଡ. ସଞ୍ଜୟ କୁମାର ପ୍ରୀତମ୍ଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ। ପ୍ରୀତମ୍ଙ୍କ ସଫଳତା ପାଇଁ ଏମ୍ସିଏଲ୍ର ଅନ୍ୟତମ ନିର୍ଦେଶକ (କାର୍ମିକ) ଏଲ୍ଏନ୍ ମିଶ୍ର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।