ଦକ୍ଷିଣ ଆଫ୍ରିକା-ପାକିସ୍ତାନ ତୃତୀୟ ଟେଷ୍ଟ୍‌: ଦି’ ଦିନରେ ଅଢ଼େଇ ପାଳି ଶେଷ

ଜୋହାନେସବର୍ଗ: ଦ ୱଣ୍ଡରର୍ସ ଷ୍ଟାଡିୟମ୍‌ରେ ଚାଲିଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ତୃତୀୟ ‌ଟେଷ୍ଟ୍‌ର ପ୍ରଥମ ଦୁଇ ଦିନରେ ଅଢ଼େଇ ପାଳି‌ ଶେଷ ହୋଇଯାଇଛି। ଦ୍ରୁତ ବୋଲରଙ୍କ ପ୍ରାଧାନ୍ୟ ଭିତରେ ଗତି କରିଥିବା ଏହି ଦୁଇ ଦିନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୨୬୨ ରନ୍ ଜବାବରେ ପାକିସ୍ତାନ ମାତ୍ର ୧୮୫ ରନ୍ କରି ସମସ୍ତ ୱିକେଟ୍ ହରାଇଛି। ତେବେ ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଘରୋଇ ଡିନ୍ ଏଲଗାରଙ୍କ ଦଳ ୧୩୫ ରନ୍‌ରେ ୫ ୱିକେଟ୍ ହରାଇ ଦେଇଛି। ଫଳରେ ହାତରେ ୫ ୱିକେଟ୍‌ ଥାଇ ଘରୋଇ ଦଳ ୨୧୨ ରନ୍‌ରେ ଆଗୁଆ ହୋଇଯାଇଛି। ପ୍ରଥମ ଦିବସରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଐଦେନ ମର୍କରାମ (୯୦, ୧୨୪ ବଲ, ୧୬ ଚୌକା) ଏବଂ ଦ୍ବିତୀୟ ଦିବସରେ ଡୁଆନ୍ ଓଲିଭରଙ୍କ ୫ ୱିକେଟ୍ ସଫଳତା ଦକ୍ଷିଣ ଆଫ୍ରିକାକୁ ଅପେକ୍ଷାକୃତ ଭଲ ସ୍ଥିତିରେ ରଖିଛି।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୬୨ (ଐଦେନ ମର୍କରାମ-୯୦, ତେମ୍ବା ବାଭୁମା-୪୯, ହାସିମ୍ ଆମଲା-୪୧, ଜୁବେୟାର ହାମଜା-୪୧, ଫହିମ୍ ଅସ୍ରଫ-୩/୫୭, ମହମ୍ମଦ ଆମିର-୨/୩୬, ମହମ୍ମଦ ଆବାସ-୨/୪୪, ହାସନ ଅଲୀ-୨/୭୫, ସାଦବ ଖାନ୍‌-୧/୩୯)। ପାକିସ୍ତାନ ପ୍ରଥମ ପାଳି: ୧୮୫ (ସର୍ଫରାଜ ଅହମ୍ମଦ-୫୦, ବାବର ଆଜମ-୪୯, ଡୁଆନ୍ ଓଲିଭର-୫/୫୧, ଭର୍ନାନ୍ ଫିଲାଣ୍ଡର୍‌-୩/୪୩, କାଗିସୋ ରାବାଦା-୨/୪୧)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୩୭ ଓଭରରେ ୧୩୫/୫ (ଐଦେନ ମର୍କରାମ-୨୧, ତେମ୍ବା ବାଭୁମା-୨୩, ହାସିମ୍ ଆମଲା-୪୨*, କ୍ବିଣ୍ଟନ୍ ଡି’କକ୍‌-୩୪*, ଫହିମ୍ ଅସ୍ରଫ-୨/୧୯, ମହମ୍ମଦ ଆମିର-୧/୨୮, ମହମ୍ମଦ ଆବାସ-୧/୩୩, ସାଦବ ଖାନ୍‌-୧/୨୫)।

ସମ୍ବନ୍ଧିତ ଖବର