ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ବର: ଓଡ଼ିଶା ଟାଏକୋଣ୍ଡୋ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୨୨ ଜିଲ୍ଲାରୁ ୪୦୦ (୨୫୦ ପୁରୁଷ ଓ ୧୫୦ ମହିଳା) ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ଉପକନିଷ୍ଠ, କ୍ୟାଡେଟ୍‌, କନିଷ୍ଠ ଓ ବରିଷ୍ଠ ମହିଳା ଓ ପୁରୁଷରେ ୪୦ ବିଭାଗରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିରେ ଝାରସୁଗୁଡ଼ା ଦଳଗତ ବିଜେତା ହୋଇଥିଲା ବେଳେ ଭଦ୍ରକ ଦ୍ବିତୀୟ ସ୍ଥାନ ପାଇଥିଲା। ଏଥିରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀମାନେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଟାଏକୋଣ୍ଡୋ ଇଣ୍ଡିଆ ଦ୍ବାରା ଆୟୋଜିତ ଜୋନାଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଅଧ୍ୟକ୍ଷ ହରିପ୍ରସାଦ ପଟ୍ଟନାୟକ, ରାଜ୍ୟ ସଂଘ ସଂପାଦକ ଚିନ୍ମୟ ବେହେରା, ସଭାପତି ସୁନ୍ଦରମଣୀ ପଟେଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର