ଟାଟା ଉତ୍କଳିକା କପ୍‌: ସେମିରେ ଫାଓ ଏକାଦଶ

ଭୁବନେଶ୍ବର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ର ସେମିଫ‌ାଇନାଲ୍‌ରେ ଫାଓ ଏକାଦଶ ପହଞ୍ଚିଛି। ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର୍‌ ଫାଇନାଲ୍‌ରେ ଫାଓ ଏକା‌ଦଶ ୪-୧ (୨-୨) ଟ୍ରାଇବ୍ରେକର୍‌ ଗୋଲ୍‌ରେ ଆୟୋଜକ ୟୁନିଟ୍‌-୬ ଦୌଡ଼କୁଦ ସଂଘକୁ ପରାସ୍ତ କରିଥିଲା। ମ୍ୟାଚ୍‌ର ଅଷ୍ଟାଦଶ ମିନିଟ୍‌ରେ ସିଦ୍ଧାର୍ଥ ଦାସ ଗୋଲ୍‌ ଦେଇ ଆୟୋଜକ ଦଳକୁ ଆଗୁଆ କରିଥିଲେ। ହେଲେ ଏହାର ୨ ମିନିଟ୍‌ ପ‌ରେ ଫାଓର ଶେଖ ଫରିଦ (୨୦ ମିନିଟ୍‌) ଏହାକୁ ଶୁଝି ସ୍ଥିତି ସମାନ କରି ଦେଇଥିଲେ। ୬୭ ମିନିଟ୍‌ରେ ବିକି ସେଠୀଙ୍କ ଗୋଲ୍‌ରେ ଫାଓ ଦଳ ୨-୧ରେ ଆ‌ଗୁଆ ହୋଇ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା। ମ୍ୟାଚ୍‌ ଶେ‌ଷ ହେବାର ୩ ମିନିଟ୍‌ ପୂର୍ବରୁ ଆୟୋଜକ ଦଳ ପକ୍ଷରୁ ପିଣ୍ଟୁ ବେହରା ଗୋଲ୍‌ ଦେଇ ନିର୍ଧାରିତ ସମୟ ମ୍ୟାଚ୍‌କୁ ଅମୀମାଂସିତ (୨-୨) ରଖିବାକୁ ସକ୍ଷମ ହୋଇଥିଲେ। ଫଳାଫଳ ପାଇଁ ଟ୍ରାଇବ୍ରେକରର ସହଯୋଗ ନିଆଯାଇଥିଲା। ଏଥିରେ ଫାଓ ୪ ଗୋଲ୍‌ ଦେବାରେ ସଫଳ ହୋଇଥିଲା ବେଳେ ୟୁନିଟ୍‌-୬ ଦଳ ଗୋଟିଏ ଗୋଲ୍‌ ଦେଇ ପରାଜୟ ବରଣ କରିଥିଲା। ସୌମ୍ୟରଂଜନ ରତନିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ନବରଂଜନ ପଟ୍ଟନାୟକ ପ୍ରଦାନ କରିଥିଲେ। ଗୁରୁବାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ସାଇ ଛାତ୍ରାବାସ ଏବଂ ଆଇଜିଏଚ୍‌ ରାଉରକେଲା ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର