ଟ୍ବେଣ୍ଟି-୨୦ ଦଳରେ ସୂର୍ଯ୍ୟକୁମାର, ଈଶାନ, ତିୱାତିଆ ସାମିଲ

ଭୁବନେଶ୍ବର ଫେରିଲେ: କୁଲଦୀପ, ମନୀଷ ବାଦ୍

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ବିସିସିଆଇ ଶନିବାର ୧୯ ଜଣିଆ‌ ଦଳ ଘୋଷଣା କରିଛି। ଆଇପିଏଲ୍ ପ୍ରଦର୍ଶନ ଅଧାରରେ ଭାରତୀୟ ଜାତୀୟ ଦଳକୁ ପ୍ରଥମ ଥର ପାଇଁ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ, ଝାଡ଼ଖଣ୍ଡର ଯୁବ ୱିକେଟ୍ ରକ୍ଷକ ଈଶାନ କିଷନ ଓ ହରିଆଣାର ସ୍ପିନ୍‌ ଅଲରାଉଣ୍ଡର ରାହୁଲ ତିୱାତିଆ ଡାକରା ପାଇଛନ୍ତି। ଅନ୍ୟପକ୍ଷରେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଦୀର୍ଘ ବ୍ୟବଧାନ ପରେ ଦଳକୁ ଫେରିଛନ୍ତି। ବାମହାତୀ ସ୍ପିନର କୁଲଦୀପ ଯାଦବ ଏବଂ ମଧ୍ୟକ୍ରମ ବ୍ୟାଟର୍‌ ମନୀଷ ପାଣ୍ଡେ ବାଦ୍ ପଡ଼ିଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିଛି। ଏହି ଶୃଙ୍ଖଳା ମାର୍ଚ ୧୨ରୁ ଆରମ୍ଭ ହେବ।

ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍ ରାହୁଲ, ଶିଖର ଧାୱନ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ତ, ଈଶାନ କିଷନ, ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, ରାହୁଲ ତିୱାତିଆ, ଟି ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନଭଦୀପ ସୈନି, ସାର୍ଦୁଲ ଠାକୁର।

ସମ୍ବନ୍ଧିତ ଖବର