ଭିନୀତ୍‌, ଭିକ୍ଟର, ହେକ୍ଟର ଓଡ଼ିଶା ଏଫ୍‌ସି ଅଧିନାୟକ

ଭୁବନେଶ୍ବର: ଆଗାମୀ ୨୦୨୧-୨୨ ଆଇଏସ୍‌ଏଲ୍ ଋତୁ ପାଇଁ ଓଡ଼ିଶା ଏଫ୍‌ସି ୩ ଜଣଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଭିନୀତ୍‌ ରାଏ, ଭିକ୍ଟର ମୋଙ୍ଗିଲ୍‌ ଏବଂ ହେକ୍ଟର ରୋଡ଼ାସଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଭିନୀତ ଜଣେ ଅଭିଜ୍ଞ ଆଇଏସ୍ଏଲ୍‌‌ ଖେଳାଳି ଏବଂ ସବୁ ଖେଳାଳିଙ୍କ ଦ୍ବାରା ଗ୍ରହଣୀୟ ହୋଇଥାନ୍ତି। ତାଙ୍କ ନେତୃତ୍ବରେ ଓଡ଼ିଶା ଭଲ କରିବ ବୋଲି ମୁଖ୍ୟ ପ୍ରଶିକ୍ଷକ କିକୋ ରାମ‌ିରେଜ୍ ଆଶା ପ୍ରକାଶ କରିଛନ୍ତି। ମୋ ପାଇଁ ଏହା ଗର୍ବ ଓ ଦାୟିତ୍ବର ବିଷୟ ବୋଲି କହିଛନ୍ତି ଅନ୍ୟତମ ଅଧିନାୟକ ହେକ୍ଟର ରୋଡାସ୍‌। ପଡ଼ିଆ ଭିତରେ ଓ ବାହାରେ କ୍ଲବ୍‌ ମୂଲ୍ୟବୋଧକୁ ଉଦାହରଣ ଜରିଆରେ ନେତୃତ୍ବ ଦେବାକୁ ଚେଷ୍ଟା କରିବି ବୋଲି ଖୁସିର ସହ କହିଥିଲେ ଭିକ୍ଟର ମୋଙ୍ଗିଲ। ମୋତେ ଭୋଟ୍ ଦେଇଥିବା ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଥିଲେ ଭିନୀତ ରାଏ। କଠିନ ପରିଶ୍ରମ କରିବୁ ଏବଂ ଈଶ୍ବରଙ୍କ ଆଶୀର୍ବାଦରୁ ‘କିଛି ବି ଅସମ୍ଭବ ନୁହେଁ’ରେ ବିଶ୍ବାସ ରଖିଛୁ‌ ବୋଲି ଭିନୀତ କହିଥଲେ।

ସମ୍ବନ୍ଧିତ ଖବର