ପାକ୍ ଖେଳାଳିଙ୍କୁ ଆଇପିଏଲ୍‌ରେ ଖେଳାଯାଉ: ୱାସିମ୍‌

କରାଚି: ପାକିସ୍ତାନ କ୍ରିକେଟ୍‌ ‌ବୋର୍ଡ (ପିସିବି)ର ନୂ୍ଆ ପରିଚାଳନା ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୱାସିମ୍‌ ଖାନ୍‌ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଉପରେ ନଜର ପକାଇଛନ୍ତି। ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲ୍‌ରେ ସ୍ବାଗତ କରାଯାଉ ବୋଲି ୱାସିମ୍‌ ଚାହୁଁଥିବା କହିଛନ୍ତି। ଏଥି ସହିତ ଉଭୟ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଏବଂ ପିସିବି ମଧ୍ୟରେ ଉତ୍ତମ ସଂପର୍କ ସୃଷ୍ଟଇ କରିବାକୁ ସେ ଇଛା ବ୍ୟକ୍ତ କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ସଂପର୍କ ଖରାପ ଥିବାକୁ କ୍ରିକେଟ୍‌ରେ ବ୍ୟବହାର କରାନଯାଉ। ମୁଁ ସମ୍ଭବ ହେଲେ ଭାରତୀୟ ବୋର୍ଡର ଅଧିକାରୀଙ୍କ ସହ ବସି ଏନେଇ ଆଲୋଚନା କରିବା ସହିତ ଉଭୟ ବୋର୍ଡର ସଂପର୍କ ମଧ୍ୟରେ ଉନ୍ନତି ଆଣିବାକୁ ପ୍ରୟାସ କରିବି ବୋଲି ୱାସିମ୍‌ କହିଛନ୍ତି। ପାକିସ୍ତାନ ଖେଳାଳି ଆଇପିଏଲ୍‌ର ୨୦୦୮ ସଂସ୍କରଣରେ ଅଂଶ ଗ୍ରହଣ କରିଥିଲେ। ହେଲେ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ଘଟଣା ପରଠାରୁ ସେମାନଙ୍କୁ ଆଇପିଏଲ୍‌ରୁ ବାସନ୍ଦ କରାଯାଇଛି। ହେଲେ ପୁନର୍ବାର ପାକ୍ ଖେଳାଳିଙ୍କୁ ଆଇପିଏଲ୍‌ରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଗଲେ ସେ ଖୁସି ହେବେ ବୋଲି ସ୍ବାସିମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର