ଖୋର୍ଧା ଜିଲ୍ଲା ଭା‌ରୋତ୍ତୋଳନ ଦଳ

ଭୁବନେଶ୍ବର: ସେପ୍ଟେମ୍ବର ୭ ଓ ୮ ତାରିଖ ଦୁଇ ଦିନ ଧରି ବ୍ରହ୍ମପୁରରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ନିମେନ୍ତ ଶନିବାର ଖୋର୍ଧା ଜିଲ୍ଲା ଦଳ ଘୋଷିତ ହୋଇଛି। ଉତ୍କଳ କରାଟେ ସ୍କୁଲ୍‌ରେ ଖେଳାଳି ଚୟନ କରାଯାଇଥିଲା। ଏଥିରେ ୨୨ ବାଳିକା ଏବଂ ୬ ବାଳକ ରାଜ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ବାଳିକାଙ୍କ ମଧ୍ୟରେ ବାସନ୍ତୀ ମାଝୀ, ଚଂପାରି ମୁଣ୍ଡା, ରଂଜିତା ମାଝୀ, ଦିବ୍ୟାବତୀ ରାଇକା, ଯସ୍ମିତା ପ୍ରଧାନ, ଅପରାଜିତା ଭୂୟାଁ, ଶଂଖାଲି ମାଝୀ, ସୁମିତ୍ରା ମଲ୍ଲିକ, ମୋତି ଜାନୀ, ନିକି ଶ୍ରମ୍ପୁତିକା, ଯୁବତୀ ଦେହୁରୀ, ବୀଣା ସୋରେନ୍‌, ଭାରତୀ ପାଡିଆମୀ, ସଂବାରୀ ସାମାଦ, ଦେବକୀ ଖିଲୋ, ଅଂଜଳା ଗଣ୍ଡ, ସିଲାବତୀ ପଟମାଝୀ, ରଂଗିଲା ମାଝୀ, ସ୍ବାଗତିକା‌ ବିଶ୍ବାଳ, ଏମ୍‌ କ୍ରିତି, ମୋନାଲି ସାହୁ ଓ କେ ଅଭିଶିକ୍ତା ଏବଂ ବାଳକଙ୍କ ମଧ୍ୟରେ ରାମ ଟୁଡୁ, ଶିଖର ହାଁସ୍‌ଦା, ବିଭୁତିଭୂଷଣ ସାହୁ, ରାଜେଶ କୁମାର ବେହେରା, ଶୁଭେନ୍ଦୁ କୁମାର ନାୟକ ଓ ପୁନିତ୍‌ ଚନ୍ଦ୍ର ସାହୁ ସାମିଲ ଅଛନ୍ତି। ଚୟନ ପ୍ରକ୍ରିୟାକୁ କିରଣ କୁମାରୀ ଦିଗଲ, ପି ଧର୍ମାରାଓ, ଚନ୍ଦ୍ରଶେଖର ସାହୁ, ସୌମ୍ୟ ଖୁଣ୍ଟିଆ, କାିମ୍‌, ଦିନେଶ, ଶୁଭକାନ୍ତ ମଲିଆ, ଲକିରାଣୀ ପାତ୍ର, କୃଷ୍ଣଚନ୍ଦ୍ର ସାହୁ, ଶୁଭସ୍ମିତା ମହାନ୍ତି ଓ ଜାକନୀବଲ୍ଲଭ ମିଶ୍ର ପରିଚାଳନା କରିଥିବା ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର