୨୦ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରିଛି ହ୍ବାଟସ୍‌ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମରେ ରହିଥିବା ବ୍ୟବସ୍ଥା ଅନୁସାରେ ଫେସବୁକ୍ ମାଲିକାନାରେ ଥିବା ସଂସ୍ଥା ହ୍ବାଟସ୍‌ଆପ୍ ତରଫରୁ ମାସିକ ରିପୋର୍ଟ ଜାରି କରାଯାଇଛି। କଂପାନି ‌ଚଳିତ ବର୍ଷ ମେ’ ୧୫ରୁ ଜୁନ୍ ୧୫ ଭିତରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ୍‌କୁ ନିଷିଦ୍ଧ କରିଥିବା କହିଛି। ଏଥି ମଧ୍ୟରୁ ୯୫% ଆକାଉଣ୍ଟ୍ ବିରୋଧରେ ସ୍ବୟଂକ୍ରିୟ ଓ ଏକକାଳୀନ ବିପୁଳ ପରିମାଣର ମେସେଜ୍ ପଠାଇବା (ସ୍ପାମ୍) ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାରା ବିଶ୍ବରେ କଂପାନି ମାସକୁ ୮୦ ଲକ୍ଷରୁ ଅଧିକ ଆକାଉଣ୍ଟ୍‌କୁ ନିଷିଦ୍ଧ କିମ୍ବା ନିସ୍କ୍ରିୟ କରୁଛି। ବ୍ୟବହାରକାରୀଙ୍କ ଠାରୁ ଅଭିଯୋଗ ଆସିଲେ ତାହାକୁ ଅନୁଧ୍ୟାନ କରି କଂପାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ବ୍ୟତୀତ ନିଜ ଆଡ଼ୁ ମଧ୍ୟ କଂପାନି କିଛି ଉପକରଣ ଓ ସମ୍ବଳ ନିୟୋଜିତ କରିଛି ଯାହା ଜରିଆରେ ହାନିକାରକ ବ୍ୟବହାରକୁ ଜାଣିବା ଲାଗି ଉଦ୍ୟମ କରୁଛି। ହାନିକାରକ ବ୍ୟବହାର କରୁଥିବା ଆକାଉଣ୍ଟ୍‌ଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷିଦ୍ଧ କରିବାକୁ ଉଦ୍ୟମ କରାଯାଉଛି।

ସମ୍ବନ୍ଧିତ ଖବର