ଏସିଆ ବାଳିକା ରଗ୍‌ବି ସେଭେନ୍ସ ଲାଗି ପହଞ୍ଚିଲେ ଦଳ

ଭାରତୀୟ ଦଳରେ ଓଡ଼ିଶାରୁ ୫

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଲାଗି ବୁଧବାର ବିଭିନ୍ନ ଦଳ ଏବଂ ଅଧିକାରୀମାନେ ଭୁବନେଶ୍ବର ପହଞ୍ଚିଛନ୍ତି। ଆଜି କାତାର, ଲାଓସ୍ଏ, ଚୀନ ବଂ ୟୁଏଇ ଦଳ ସହ କେତେକ ଅଧିକାରୀ ଭୁବନେଶ୍ବର ପହଞ୍ଚି ସାରିଛନ୍ତି। ଗୁରୁବାର ଆଉ କିଛି ଦଳ ପହଞ୍ଚିବାର ଅଛି। ଶୁକ୍ରବାର ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଭାରତରେ କୌଣସି ବୟସ ବର୍ଗର ବାଳିକା ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତାର ଏହା ପ୍ରଥମ ଘଟଣା ହେବ। ଏସିଆ ମହାଦେଶର ୧୨ ଦଳ ଯଥା ହଂକଂ, ଚୀନ, ୟୁଏଇ, ଫିଲିପାଇନ୍ସ, ଲାଓସ୍, କାତାର, ନେପାଳ, ଚାଇନିଜ୍ ତାଇପେ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ଭାରତ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠୁ ଆରମ୍ଭ ହେବାକୁଥିବା ଏସିଆ ବାଳିକା ରଗବି ୭ ଲାଗି ବୁଧବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ୧୨ ଜଣିଆ ଦଳରେ ଓଡ଼ିଶାରୁ ୫ ଜଣ ସୁମିତ୍ରା ନାୟକ, ସୋନି ମାନ୍ଦାଙ୍ଗି, ଜେମାମଣି ନାଏକ, ଲିଜା ସର୍ଦାର ଓ ପାର୍ବତୀ କିସ୍‌କୁଙ୍କୁ ସ୍ଥାନ ମିଳିଛି। ଏହି ସମସ୍ତ ଖେଳାଳି ‌କିସ୍‌ର ଛାତ୍ରୀ।

ଭାରତୀୟ ଦଳ: ସନ୍ଧ୍ୟା ରାଇ, ରୁଶ୍ମିତା ଅ‌ା‌େରାନ୍‌, ଆଶା ଅ‌ା‌େରାନ୍‌, ସ୍ବିଟି କୁମାରୀ, ସୁମିତ୍ରା ନାୟକ, ସୋନି ମାନ୍ଦାଙ୍ଗି, ଜେମାମଣି ନାଏକ, ଲିଜା ସର୍ଦାର, ପାର୍ବତୀ କିସ୍‌କୁ, ପ୍ରିୟା, ଅନିତା, ଋତୁଜା କର୍ଦାତ।

ସମ୍ବନ୍ଧିତ ଖବର