ଦୁର୍ଘଟଣାରେ ଯୁବକ ମୃତ

ହରିଚନ୍ଦନପୁର :  ହରିଚନ୍ଦନପୁର-ନରଣପୁର ରାସ୍ତାର ମନୋହରପୁର ଛକରେ ସୋମବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ପିଠାଗୋଳା ଗ୍ରାମର ସୁଶୀଲ ସାହୁ (୩୫)ଙ୍କର ମୃତ୍ୟୁ ଘଟିଛି। ଶ୍ରୀ ସାହୁ ଏକ ବାଇକରେ ହରିଚନ୍ଦନପୁରରୁ ନିଜ ଗ୍ରାମକୁ ଯାଉଥିବାବେଳେ ମନୋହରପୁର ଛକ ନିକଟରେ ଏକ କୁକୁରକୁ ଧକ୍କା ଦେଇଥିଲେ। ଫଳରେ ଭାରସାମ୍ୟ ହରାଇ ଛକର ସିମେଣ୍ଟ ପିଣ୍ଡିକି ଧକ୍କା ଦେଇ ପ୍ରାୟ ୩୦ ଫୁଟି ଦୂରକୁ ଛିଟିକି ପଡ଼ିଲେ।

ବାଇକ ଧକ୍କାରେ ଘଟଣାସ୍ଥଳରେ କୁକୁରର ମୃତ୍ୟୁ ଘଟିଥିବା ବେଳେ ଶ୍ରୀ ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀ ସାହୁ ପିଠାଗୋଳା ପାଞ୍ଚାୟତ ତମ୍ବାହରା ଗ୍ରାମର ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର