ରେଳ ଧାରଣାରୁ ନାବାଳକର ମୃତଦେହ ଉଦ୍ଧାର  

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ୪-୫ ବର୍ଷର ନାବାଳକର ମୃତଦେହ ଜିଆର୍‌ପି ପୁଲିସ୍‌ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ୨ ଦିନ ତଳେ ଆରପିଏଫ ପକ୍ଷରୁ ଖବରପାଇ ଜିଆର୍‌ପି ଉକ୍ତ ନାବାଳକର ମୃତଦେହ ଉଦ୍ଧାର କରିଥିଲା। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ଜିଆର୍‌ପି ଆଇଆଇସି ସନ୍ତୋଷ ମିର୍ଦ୍ଧାଙ୍କ ଠାରୁ ପ୍ରକାଶ ଯେ, ଅନ୍ୟ ରାଜ୍ୟରୁ ଆସିଥିବା ଗୋଟିଏ ପରିବାର ଷ୍ଟେସନ ଅଞ୍ଚଳରେ ବୁଲାବୁଲି କରୁଥିଲେ। ପରିବାରର ୩-୪ ଜଣ ପିଲାଙ୍କ ମଧ୍ୟରୁ ମୃତ ପିଲାଟି ବଡ଼ ଅଟେ। ସଂପୃକ୍ତ ପରିବାର ରାତିରେ ଷ୍ଟେସନରେ ଶୋଇଥିବା ବେଳେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସକାଳେ ପରିବାର ଲୋକ ଅନ୍ୟ ସ୍ଥାନକୁ ଚାଲିଯାଇଥିବା ବେଳେ ନାବାଳକର ମୃତଦେହ ରେଳ ଧାରଣାରୁ ମିଳିଥିଲା। ମୃତଦେହରେ ଆଘାତ ଚିହ୍ନ ଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ ମିର୍ଦ୍ଧା କହିଛନ୍ତି।

ସମ୍ବନ୍ଧିତ ଖବର