ଏସ୍‌ସିବିରେ ପରୀକ୍ଷା ହେଲା ୨୮ନମୁନା, କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ସ୍ୱାବ ନେଗେଟିଭ

କଟକ: ଏସ୍‌ସିବିରେ ଆଜି ୨୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଗତକାଲି ପଠାଯାଇଥିବା ସମସ୍ତ ନମୁନା ନେଗେଟିଭ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନିଜମୁଦିନ ଲିଙ୍କ୍‌ ତଥା କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଯେଉଁ ମାନଙ୍କ ସ୍ୱାବ ସବୁ ପରୀକ୍ଷା ପାଇଁ ଯାଇଥିଲା ସେ ସବୁ ନେଗେଟିଭ ଆସିବା ପରେ ଅଶ୍ୱସ୍ତି ମିଳିଛି। ଅନ୍ୟପଟେ ଏସ୍‌ସିବିରେ ଖୋଲାଯାଇଥିବା ସ୍ୱତନ୍ତ୍ର କରୋନା ୱାର୍ଡରେ ଆଜି ପାଖାପାଖି ୩୦ରୁ ଅଧିକ ଲୋକ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ। ସେଥରୁ ୩ଜଣ ଙ୍କୁ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର