ଟାଟା ମେଜିକକୁ ପିଟିଲା ହାଇୱା, ୫ ଗୁରୁତର

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁର ଓଭରବ୍ରିଜ ଉପରେ ଆଜି ଅପରାହ୍ଣରେ ଏକ ଟାଟା ‌ମ୍ୟାଜିକ୍‌କୁ ଗୋଟିଏ ହାଇୱା ଧକ୍କା ଦେଇଥିଲା। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ପାଣିକୋଇଲି ପଟୁ ଯାତ୍ରୀ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ୍‌କୁ ଗୋଟିଏ ହାଇୱା ପଛରୁ ଧକ୍କା ଦେଇଥିଲା।

ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ୧୦୮ ଓ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆମ୍ବୁଲାନ୍ସ ଯିବା ପରେ ଘଟଣାସ୍ଥଳରୁ  ସମ୍ପୃକ୍ତ ଟାଟା ମ୍ୟାଜିକ୍‌ ଓ ହାଇୱା ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର