କେନ୍ଦ୍ରାପଡ଼ା: ସରକାର ଧାର୍ମିକସ୍ଥଳୀ ଓ ଡାକ୍ତରଖାନା ପରେ ଏବେ ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏ ଦିଗରେ ଖୁବ୍ ଶୀଘ୍ର କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତି ମଧ୍ୟ ଚାଲିଛି । ଏହି କ୍ରମରେ ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ କ୍ରିଷନ୍ କୁମାର ବାଲେଶ୍ୱରର ତାଳସାରୀ ଓ କେନ୍ଦ୍ରାପଡ଼ାର ଭିତରକନିକାରେ ପହଞ୍ଚି ସେଠାରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିକାଶ ଲାଗି ପ୍ରସ୍ତୁତ ନକ୍ସା ଦେଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଗସ୍ତ ପରେ ତାଳସାରୀ ଓ ଭିତରକନିକାର ବିକାଶ ପାଇଁ ଖୁବ୍ ଶୀଘ୍ର ସରକାର କିଛି ବଡ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଗସ୍ତକାଳରେ ମୁଖ୍ୟଶାସନ ସଚିବ, ୫-ଟି ସଚିବ ଓ ପୂର୍ତ୍ତ ସଚିବ ସ୍ଥାନୀୟ ଜନପ୍ରତିନିଧି, ରାଜସ୍ୱ ଅଧିକାରୀ, ବନ ବିଭାଗ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହିତ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସୂଚନା ରହିଛି କି ଉଚ୍ଚସ୍ତରୀୟ ବିଶେଷଜ୍ଞମାନଙ୍କ ଦ୍ବାରା ଏକ ପ୍ରକଳ୍ପ ନମୂନା ପ୍ରସ୍ତୁତ ହୋଇ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯିବ।