ଜଳବିଭାଜିକା ପରିଚାଳନା ପାଇଁ ୫୦୦ କୋଟି, ୩୫୦ କୋଟି ଋଣ ଆକାରରେ ଦେବ ବିଶ୍ବବ୍ୟାଙ୍କ

୧୦ ହଜାର ଭୂମିହୀନ ଗରିବଙ୍କ ସମେତ ୧ ଲକ୍ଷ ୯୦ ହଜାର କୃଷକ ପରିବାରକୁ ମିଳିବ ସୁଫଳ

ଭୁବନେଶ୍ବର,୯/୨(ଇମିସ): ବିଜ୍ଞାନ ସମ୍ମତ ଜଳବିଭାଜିକା ପରିଚାଳନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏଥିରୁ ୩୫୦ କୋଟି ଟଙ୍କା ବିଶ୍ବ ବ୍ୟାଙ୍କରୁ ସରକାର ଋଣ ଆଣିବେ। ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଛି। ଭାରତ ସରକାରଙ୍କ ସମନ୍ବିତ ଜଳବିଭାଜିକା ପରିଚାଳନା କାର୍ଯ୍ୟକ୍ରମ (ଆଇଡବ୍ଲ୍ୟୁଏମ୍‌ପି) ଓ ଡିଏଫ୍‌ଆଇଡି ସହାୟତାରେ ପଶ୍ଚିମ ଓଡ଼ିଶା ଗ୍ରାମ୍ୟ ଜୀବିକା ପ୍ରକଳ୍ପ ପରି ପ୍ରମୁଖ କାର୍ଯ୍ୟକ୍ରମରେ ପାରଦର୍ଶିତା ମିଳିଥିବାରୁ ଆଗକୁ ପୁରସ୍କାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିହେବ। ଏହି ପ୍ରକଳ୍ପ ୬ ବର୍ଷ ପାଇଁ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଛି।

ପ୍ରକଳ୍ପ ମାଧ୍ୟମରେ ଭୂସମ୍ପଦର ବିଜ୍ଞାନ ସମ୍ମତ ବିକାଶ ସହ ଜଳବାୟୁ ସହନଶୀଳ ଫସଲ ଚାଷ ପଦ୍ଧତି ସଂପ୍ରାସାରଣ ଲକ୍ଷ୍ୟ ରଖାଯାଇଛି। କୃଷକ ଉତ୍ପାଦନକାରୀ ସଂଗଠନକୁ ପ୍ରୋତ୍ସାହନ ଓ ବଜାର ସଂଯୋଗ ପୂର୍ବକ ଚୟନ କରାଯାଇଥିବା ଫସଲର ମୂଲ୍ୟ ଶୃଙ୍ଖଳା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଦ୍ବାରା ଅମଳ ଓ ଆୟବୃଦ୍ଧିର ଏକ ବୃହତ ସମ୍ଭାବନା ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ୧୦ ହଜାର ଭୂମିହୀନ ଗରିବ ପରିବାର ସମେତ ପ୍ରାୟ ୧ ଲକ୍ଷ ୯୦ ହଜାର କୃଷକ ପରିବାର ଉପକୃତ ହେବେ ବୋଲି ସରକାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର