୬୩ ବୋତଲ ନକଲି ବିଦେଶୀ ମଦ ଜବତ, ଢ଼ାବା ମାଲିକ ଗିରଫ

ରାଉରକେଲା: କିଛି ଦିନ ପରେ ସହରରେ ପୁଣି ନକଲି ବିଦେଶୀ ମଦ କାରବାର ସାମ୍ନାକୁ ଆସିଛି। ସମ୍ବଲପୁର ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଓ ରାଉରକେଲା ଅବକାରୀ ପୁଲିସ ୧୪୩ନଂ ଜାତୀୟ ରାଜପଥ କଡର ବିଭିନ୍ନ ଢ଼ାବା ଉପରେ ଚଢ଼ଉ କରିଥିଲେ। ବାଲି‌ଯୋଡି ନିକଟ ତାରିଣୀ ଢ଼ାବାରୁ ୬୩ ବୋତଲ (୪୭.୨୫୦ ଲିଟର) ନକଲି ବିଦେଶୀ ମଦ ଜବତ କରିଛି। ଏହି କାରବାର ସମ୍ପୃ୍କ୍ତ ଢ଼ାବାମାଲିକ ରମେଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ନକଲି ବିଦେଶୀ ମଦ କେଉଁଠୁ ଆସୁଥିଲା ? କେଉଁମାନେ ଯୋଗାଣ କରୁଥିଲେ ? ପୁଲିସ ତାର ‌ଖୋଳତାଡ ଆରମ୍ଭ କରିଛି। ଚଢ଼ଉରେ ରାଉରକେଲା ଅବକାରୀ ଅଧୀକ୍ଷକ ଶେଖ ଅସଫ୍‌ ଅଲ୍ଲୀ, ସମ୍ବଲପୁର ୟୁନିଟ୍‌ର ଅଧୀକ୍ଷକ ବିପ୍ର ମଣ୍ଡଳ, ଇନ୍ସପେକ୍ଟର ଶଶିକାନ୍ତ ଦତ୍ତ, ରାଉରକେଲା ଇନ୍ସପେକ୍ଟର ସ୍ନେହଲତା ନାୟକ, ଏସ୍ଆଇ ଏଚ୍‌. ମହାନନ୍ଦ। ଉଲ୍ଲେଖଯୋଗ୍ୟ, କରୋନା ସମୟରେ ମଦ ଦୋକାନ ବନ୍ଦ ଥିବାରୁ ଏହାର ଭରଫୁର ଫାଇଦା ଉଠାଇଥିଲେ କିଛି ଚୋରା ମଦ ବେପାରୀ। ସେମାନେ ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଆଣି ରାଉରକେଲାରେ ବିକୁଥିଲେ। ବ୍ରାହ୍ମଣୀତରଙ୍ଗ, ପ୍ଲାଣ୍ଟସାଇଟ୍‌ ସମେତ ଅନ୍ୟ ଥାନା ଚଢ଼ଉ କରି ପେଟି ପେଟି ନକଲି ବିଦେଶୀ ଜବତ କରିଥିଲା। ବାରମ୍ବାର ଚଢ଼ଉ ଯୋଗୁ ନକଲି ବିଦେଶୀ ମଦ କାରବାର ବନ୍ଦ ଥିବାବେଳେ ଆଜି ପୁଣି ଜାତୀୟ ରାଜପଥ କଡ ଢ଼ାବାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହେବା, ସ୍ଥାନୀୟ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର