ବଡ଼ଦାଣ୍ଡରେ ୭୫ ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

ପୁରୀ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବଡ଼ଦାଣ୍ଡରେ ୭୫ ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ଶତାଧିକ କଲେଜ୍‌ ଛାତ୍ରଛାତ୍ରୀ ଗୁଣ୍ଡିଚା ମନ୍ଦିରରୁ ତ୍ରିରଙ୍ଗା ଧରି ସିଂହଦ୍ବାର ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପୁଣି ଗୁଣ୍ଡିଚା ମନ୍ଦିରକୁ ଫେରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଭାରତ ମାତାଙ୍କ ଜୟଗାନ କରିବା ସହ ଅମୃତ ମହୋତ୍ସବର ସ୍ଲୋଗାନ୍‌ ଦେଇଥିଲେ। ଏବିଭିପିର ଦେବାଶିଷ ଶତପଥୀ ଓ ନଗର ସହସମ୍ପାଦକ ବିସ୍ମୟ ରଂଜନ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ବରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା।

ସମ୍ବନ୍ଧିତ ଖବର