ପାଣି ଘେରରେ ୮ ପରିବାର

ହାଟଡିହି: ହାଟଡିହି ବ୍ଲକ୍‌ ଅକରୁଆ ପଞ୍ଚାୟତ ଘୋଷରାପଦା ଗାଁରେ ଜଳ ନିଷ୍କାସନ ବାଟ ବନ୍ଦ ହୋଇଯିବାରୁ ବର୍ଷାଜଳ ଗାଁ ଭିତରେ ପଶିଛି। ୮ଟି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବୈତରଣୀ ନଦୀ ସଂଯୋଗୀକରଣ ଯୋଜନାରେ ନିର୍ମାଣାଧୀନ କେନାଲ ପାର୍ଶ୍ବରେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏକ ଛୋଟ ବାଟ ଦେଇ ପାଣି ଯାଉଥିଲା। ତାହାକୁ କିଛି ଲୋକ ପୋତି ଉଚ୍ଚା କରିଦେବାରୁ ବର୍ଷାଜଳ ଠିକ ଭାବେ ନିଷ୍କାସନ ହୋଇପାରୁନି।

ଲଗାଣ ବର୍ଷା ଯୋଗୁଁ ଜଳ ନିଷ୍କାସନ ହୋଇପାରୁନି। ଗାଁରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ଗାଁର ବୁଦ୍ଧଦେବ ଦାସ, କମଳ ଲୋଚନ ଦାସ, କୁନି ଦାସ, ଚିତ୍ତରଞ୍ଜନ ଦାସ, ନିତେଇ ଯେନା, ଡୁଗୁରୁ ଯେନା, ବାବୁଲି ଯେନା, ବୁବୁ ଯେନାଙ୍କ ଘର ଜଳବନ୍ଦୀ ହୋଇରହିଛି। ଚାଳ ଛପର ଓ ମାଟିକାନ୍ଥ ଘର ହୋଇଥିବାରୁ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର