ଭାଲୁ ସହ ଲଢ଼ି ଆଖି ହରାଇଲେ ଆଦିବାସୀ ଯୁବକ

ସିଙ୍ଗଡ଼ା/ଚଢେଇଭୋଳ : ଭାଲୁ ସହ ଲଢେଇ କରି ବଞ୍ଚିଗଲେ ସତ, ହେଲେ ଗୋଟିଏ ଆଖି ସବୁଦିନ ପାଇଁ ହରାଇଲେ କରଞ୍ଜିଆ ବ୍ଲକ୍‌ ବିଶିପୁର ଗ୍ରାମର ସାଲଖାନ୍ ବିରୁଆ (୨୧)।

ସୂଚନା ମୁତାବକ, ସାଲଖାନ୍ ସୋମବାର ଜଙ୍ଗଲକୁ ଶାଳମଞ୍ଜି ସଂଗ୍ରହ ପାଇଁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ବିରାଟ ଭାଲୁ ତାଙ୍କ ଉପରେ ଝାମ୍ପି ପଡ଼ିଥିଲା। ଜୀବନ ବଞ୍ଚାଇବାକୁ ଯାଇ ସାଲ୍‌ଖାନ ଦୀର୍ଘ ସମୟ ଧରି ଭାଲୁ ସହ ସଂଘର୍ଷ କରି ଲହୁଲୁହାଣ ହୋଇ ଯାଇଥିଲେ। ଭାଲୁଟି ସାଲ୍‌ଖାନଙ୍କ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରି ପକାଇଥିବା ବେଳେ ତାଙ୍କର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସି ସାଲ୍‌ଖାନଙ୍କୁ ଉଦ୍ଧାର କରିବା ସହ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର