କାର୍‌ରୁ ବିପୁଳ ବିଦେଶୀ ଓ ପାଉଚ୍ ମଦ ଜବତ

ଛତ୍ରପୁର : ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଚମାଖଣ୍ଡି ଥାନା ବଣବୁଲାପଲ୍ଲୀ ଗ୍ରାମରେ ଆଜି ଫ୍ଲାଇଂ ସ୍କ୍ବାଡ ଏକ କାର୍ ଭିତରୁ ୧ହଜାର ପାଉଚ୍ ଦେଶୀ ମଦ ଜବତ କରିଛି। ମଧ୍ୟାହ୍ନରେ କାର୍‌ଟି (ଓଡି୦୭ଭି-୧୦୨୦) ଗାଁ ଆଡ଼କୁ ଯାଉଥିବା ବେଳ‌େ ଯାଞ୍ଚ ପାଇଁ ନିୟୋଜିତ ଫ୍ଲାଇଂ ସ୍କ୍ବାଡ ଏହାକୁ ଅଟକାଇଥିଲେ। ଛାନଭିନ୍ ବେଳେ କାର୍ ଭିତରୁ ୪ଟି ବସ୍ତା ଭିତରେ ରଖାଯାଇଥିବା ଦେଶୀ ମଦ ପାଉଚ୍ ଓ ୮ଟି ପେଟିରୁ ବିଦେଶୀ ମଦ (୬୮.୪୦୦ ଲିଟର) ଜବତ କରାଯାଇଥିଲା। ତେବେ କାରଟି କେଉଁଠୁ ଆସିଥିଲା ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ପାରି ନଥିବା ବେଳେ ସିଏଚ.ମନୋଜ ରେଡ୍ଡୀ ନାମକ ଜଣେ ଯୁବକକୁ ଚମାଖଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏସଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର