କ୍ରିଷ୍ଣମୂର୍ତ୍ତି ୱାର୍ଲ୍ଡ ସ୍କୁଲ୍‌ର ବାର୍ଷିକ ଉତ୍ସବ

କଟକ : କଟକର ଜରିପଡା ସ୍ଥିତ କ୍ରିଷ୍ଣମୂର୍ତ୍ତି ୱାର୍ଲଡ ସ୍କୁଲ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ୨୦୧୬ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ ଜନ୍ମାଷ୍ଟମୀ ଅବସରରେ ଦୁଇ ଦିନ ଧରି ବାର୍ଷିକୋତ୍ସବ ଆଡ଼ମ୍ବର ସହକାରେ ପାଳନ କରିଛି। କାର୍ଯ୍ୟକ୍ରମରେ ବିଏମସିର ପୂର୍ବତନ ଅତିରିକ୍ତ କମିସନର ହରିଶ ନାୟକ, ବିଦ୍ୟାଳୟର ଅଧ୍ୟକ୍ଷା ଆଶା.ଟି.ଆର୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି.ଏସ୍.ପଟ୍ଟନାୟକ, ନିର୍ଦ୍ଦେଶକ ଡକ୍ଟର ପ୍ରଭୁଚରଣ ମହାନ୍ତି, ସହ ନିର୍ଦ୍ଦେଶକ ସମ୍ୟକ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନିର୍ଦ୍ଦେଶକ ଡକ୍ଟର ପ୍ରଭୁଚରଣ ମହାନ୍ତି କହିଥିଲେ ଯେ କେତେକ ମୂଳ ଲକ୍ଷ୍ୟ ନେଇ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିବା ବେଳେ ସେହି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ହାତକୁ ନିଆଯାଇଛି। ସେହିଭଳି ସ୍କୁଲରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସହ ବିଦ୍ୟାର୍ଥୀମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ବିକାଶ ପାଇଁ ସ୍କୁଲରେ ଆସନ, ପ୍ରାଣାୟାମ, ଧ୍ୟାନ, ହଟଯୋଗ, କ୍ରିୟାଯୋଗ ଓ ଅଷ୍ଟାଙ୍ଗ ଯୋଗ ଆଦି ଶିକ୍ଷା ଦାନ ସଂପର୍କରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି.ଏସ.ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷା ଆଶା ଟି.ଆର ‘କଫି ମର୍ଣ୍ଣିଂ ୱିଥ ପ୍ୟାରେଣ୍ଟସ, ଫାଉଣ୍ଡରସ୍ ବ୍ୟାକ୍ ପ୍ୟାକ, ପ୍ରାକ୍ଟିକାଲ, ସାଉଲଫୁଲ୍, ଇଣ୍ଟେଲେକ୍ଚୁଆଲ ଆଣ୍ଡ ଫିଜିକାଲି ପର୍ଫେକ୍ସ,, ରିସର୍ଚ୍ଚ ଡେଭଲପର, ହାଉସ କଂପିଟିସନ ଭଳି ସ୍କୁଲ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ମାତ୍ର ୪ ବର୍ଷ ଭିତରେ ସ୍କୁଲର ସଫଳତାକୁ ଅତିଥି ହରିଶ ନାୟକ ପ୍ରଶଂସା କରିଥିଲେ। ଶିକ୍ଷାକୁ ରୋଜଗାର ଉଦ୍ଦେଶ୍ୟମୂଳକ ନକରି କିପରି ନିଜ ଜୀବନରେ ତାହାର ଉପଯୋଗ କରିବେ ଏବଂ ସମାଜରେ ଉତ୍ତମ ମଣିଷ ଭାବେ ପରିଗଣିତ ହୋଇପାରିବ ସେ ସମ୍ପର୍କରେ କ୍ରିଷ୍ଣମୂର୍ତ୍ତିରେ ଶିକ୍ଷା ପ୍ରଦାନ କରାଯାଏ ବୋଲି ସହ ନିର୍ଦ୍ଦେଶକ ସମ୍ୟକ ମହାନ୍ତି କହିଥିଲେ।

ସମ୍ବନ୍ଧିତ ଖବର