ଆଶା ଦିଦିଙ୍କ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଜୀବନ

ଅନୁଗୁଳ: ଅନୁଗୁଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରକ ଚଢ଼ି ଯିବାରୁ ଜଣେ ଆଶା ଦିଦିଙ୍କ ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାଧପୁର ସି ଏଚ ସି ଅଧୀନରେ କାର୍ଯ୍ୟରତ ଆଶା ଦିଦି କୁମାରୀ ସାହୁ ଆଜି ଭୋରରୁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ସେ ମାଧପୁର ଫେରିବା ପାଇଁ ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ତାଙ୍କ ଉପରେ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାଟି ଜାତୀୟ ରାଜପଥ ୫୫ ଉପରେ ଘଟିଥିବା ବେଳେ ଜାତୀୟ ରାଜପଥର ଦୁରବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି ।

ସମ୍ବନ୍ଧିତ ଖବର