ଆଖୁରସ ବିକି ବି.ଟେକ୍‌ ପଢ଼ୁଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ମଲ୍ଲିକପାଟଣା ଗାଁର ସ˚ଗ୍ରାମ

ଅସୁରାଳି, (ବୈକୁଣ୍ଠନାଥ ସାହୁ): ଲକ୍ଷ୍ୟ ହାସଲ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ନୁହେଁ। ଏଥିପାଇଁ ଲୋଡ଼ା ନିଷ୍ଠା, ନିରନ୍ତର ପ୍ରଚେଷ୍ଟା ଓ ଆନ୍ତରିକ ପ୍ରୟାସ। ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ମଲ୍ଲିକପାଟଣା ଗାଁର ଦୈତାରୀ ମଲ୍ଲିକଙ୍କ ପୁଅ ସ˚ଗ୍ରାମ ମଲ୍ଲିକ (୨୧)। ସଂଗ୍ରାମ ଏଇଥି ପାଇଁ ଚର୍ଚ୍ଚାରେ, ଯିଏ ନିଜର ଉଚ୍ଚଶିକ୍ଷା (ବି.ଟେକ୍‌) ପାଇଁ ରାସ୍ତାକଡ଼ରେ ବସି ଆଖୁରସ ବିକ୍ରି କରୁଛନ୍ତି। ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ସ˚ଗ୍ରାମଙ୍କ ପାଠପଢା ନିଶା ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ।

ସ˚ଗ୍ରାମଙ୍କ ପରିବାରର ଆର୍ଥିକ ଅବସ୍ଥା ଭାରି ଦୟନୀୟ। କେବଳ ଘରବାଡ଼ିକୁ ଛାଡ଼ିଦେଲେ ସମ୍ବଳ ବୋଲି କିଛି ନାହିଁ। ମାଟ୍ରିକ ପାସ୍‌ ପରେ ଇ˚ଜିନିୟରି˚ ପଢିବାକୁ ମନ ବଳାଇଥିଲେ ସ˚ଗ୍ରାମ। କିନ୍ତୁ ଘରର ଆର୍ଥିକ ଅବସ୍ଥା ସେଥିରେ ବାଧକ ସାଜିଥିଲା। ହେଲେ ହାର ମାନି ନ ଥିଲେ ସଂଗ୍ରାମ। ବାପାଙ୍କୁ ମନାଇ ଗାଁ ଲୋକଙ୍କ ଜମିକୁ ଭାଗରେ ନେଇ ଆରମ୍ଭ କରିଥିଲେ ଆଖୁଚାଷ। ପ୍ରାୟ ୧୫ ଗୁଣ୍ଠ ଜମିରେ ଆଖୁଚାଷ କରି ଭଦ୍ରକ ଇ˚ଜିନିୟରି˚ ସ୍କୁଲ ଆଣ୍ତ ଟେକ୍ନୋଲୋଜିରେ ଡିପ୍ଲୋମା ପଢ଼ିଥିଲେ। ଭାଗ ଚାଷ ବାବଦ ଆଖୁକୁ ବିକ୍ରି କରିବା ବଦଳରେ ସ˚ଗ୍ରାମ ଏହାକୁ ନେଇ କିଛି ଭିନ୍ନ ଚିନ୍ତା କରିଥିଲେ। ଧାରଉଧାର କରି ଏକ ଆଖୁରସ ପେଡ଼ା ମେସିନ କିଣି ବାପାଙ୍କ ସହ ମିଶି ବେପାର ଆରମ୍ଭ କଲେ। ଏବେ ସେ ଭଦ୍ରକ-ଆଖଣ୍ତଳମଣି ମୁଖ୍ୟରାସ୍ତା ଅସୁରାଳି ବଜାର ନିକଟରେ ଦୈନିକ ଆଖୁରସ ବିକ୍ରି କରୁଛନ୍ତି। ଆଖୁରସ ବିକ୍ରିରୁ ଯେଉଁ ଦି ପଇସା ରୋଜଗାର ହେଉଛି ସେଥିରେ ତାଙ୍କ ଘର ଚଳିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ପଡୁଥିବା ଖର୍ଚ୍ଚ ବି ଉଠିଯାଉଛି। ଏହା ମଧ୍ୟରେ ସେ ଡିପ୍ଲୋମା ପାସ୍‌ କରି ଭଦ୍ରକ ବରପଦାସ୍ଥିତ ଇ˚ଜିନିୟରି˚ କଲେଜ (ବିଆଇଇଟି)ରେ ବି. ଟେକ୍‌ରେ ନାମ ଲେଖାଇଛନ୍ତି।

ସଂଗ୍ରାମ ପ୍ରତିଦିନ ସକାଳୁ ଜମିରୁ ଆଖୁ କାଟିବା ପରେ ନିଜ କାନ୍ଧରେ ବୋହି ଦୋକାନ ପର୍ଯ୍ୟନ୍ତ ଆଣିବା ସହ ବାପାଙ୍କ ସହ ମିଶି ପଥଚାରୀଙ୍କୁ ଆଖୁରସ ବିକ୍ରି କରିଥାନ୍ତି। ଏଭଳି ବ୍ୟସ୍ତତା ମଧ୍ୟରେ ନିଜ ମୁଖ୍ୟ ଲକ୍ଷ୍ୟ ‘ପଢାରୁ କେବେ ବିଚ୍ୟୁତ ହୋଇନାହାନ୍ତି ସେ। ଘରଠାରୁ ୨୫ କିଲୋମିଟର ଦୂର ଇଂଜିନିୟରିଂ କଲେଜକୁ ସଠିକ ସମୟରେ ଯିବା ସହ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ସ˚ଗ୍ରହର ମାଧ୍ୟମକୁ ବି ସମ୍ଭାଳିଛନ୍ତି। ଉଚ୍ଚଶିକ୍ଷା ସାଙ୍ଗକୁ ଭବିଷ୍ୟତରେ ଭଲ ମଣିଷ ହୋଇ ଚାକିରି ଲକ୍ଷ୍ୟ ରଖିଥିବା ସ˚ଗ୍ରାମଙ୍କର ଏହି ପ୍ରୟାସ ବାସ୍ତବରେ ଆଜିର ଯୁବପିଢି ପାଇଁ ଏକ ନିଆରା ଉଦାହରଣ।

ସମ୍ବନ୍ଧିତ ଖବର