ବିଜେପୁର ଉପନିର୍ବାଚନ : ଭୋଟ ଦେଲେନି ବାବେବାହାଲ ଗ୍ରାମବାସୀ

ଗାଇସିଲାଟ୍‌ : ବିଜେପୁର ଉପନିର୍ବାଚନ ନେଇ ଚାରିପଟେ ମାହୋଲ ସରଗରମ ଥିବାବେଳେ ଗାଇସିଲାଟ୍‌ ବ୍ଲକ ବାବେବାହାଲ ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ହେଲା ଗତ ୨ ବର୍ଷ ମଧ୍ୟରେ ବିଜେପୁର ୩ଟି ନିର୍ବାଚନର ସମ୍ମୁଖୀନ ହୋଇଛି। ଗ୍ରାମବାସୀଙ୍କ ମୌଳିକ ସୁବିଧା ସମାଧାନ ପାଇଁ ସବୁଥର ପ୍ରତିଶ୍ରୁତି ମିଳିଛି। କିନ୍ତୁ ଏହାକୁ ଅଣଦେଖା କରାଯାଉଥିବାରୁ ଫିରିଙ୍ଗିମାଲ ପଞ୍ଚାୟତର ଏହି ଗାଁର ଲୋକେ ଭୋଟ ଦେଇନଥିଲେ। ଗ୍ରାମରେ ମୋଟ ୨୩୦ ଜଣ ଭୋଟର। ସେମାନଙ୍କ ପାଇଁ ସାନସାହାଜବାହାଲ ଗାଁରେ ମତଦାନ କେନ୍ଦ୍ର କରାଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ ପୂର୍ବ ଦାବି ପୂରଣ ନହେବା ଏବଂ ଅନ୍ୟ ଗାଁରେ ମତଦାନ କେନ୍ଦ୍ର କରାଯାଇଥିବା ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ଫଳରେ ଗ୍ରାମବାସୀ ଭୋଟ ଦେବାକୁ ଯାଇନଥିଲେ। ସାନସାହାଜବାହାଲ ବୁଥ୍‌ ନମ୍ବର ୨୩୪ରେ ପୁରୁଷ ‌ଓ ମହିଳା ଭୋଟର ସଂଖ୍ୟା ଯଥାକ୍ରମେ ୫୩୨ ଓ ୫୦୩। ସମୁଦାୟ ୧୦୩୫ ଭୋଟର ମତଦାନ କରିବା କଥା। ଅନ୍ୟପକ୍ଷରେ ସାନସାହାଜବାହାଲ ଗାଁରେ ମୋଟ ୮୦୫ ଜଣଙ୍କ ମଧ୍ୟରୁ ୨୦୨ ଜଣ ମତଦାନ କରିଛନ୍ତି। ରାସ୍ତା ନିର୍ମାଣ ପାଇଁ ଏହି ଗାଁର ୭୫ ପ୍ରତିଶତ ଭୋଟର ମତଦାନ କରିନାହାନ୍ତି।

ସମ୍ବନ୍ଧିତ ଖବର