୧୫ରେ ଭୁବନେଶ୍ୱର-କୃଷ୍ଣରାଜପୁରମ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ବର : ବାତ୍ୟା ଯୋଗୁଁ ବାତିଲ କରାଯାଇଥିବା ଟ୍ରେନ୍ଗୁଡ଼ିକର ଯେଉଁ ଯାତ୍ରୀମାନେ ବେଙ୍ଗାଲୁରୁ ଦିଗକୁ ଯାତ୍ରା କରିପାରି ନାହାନ୍ତି ସେମାନଙ୍କ ପାଇଁ ରେଳବାଇ ପକ୍ଷରୁ ମେ’ ୧୫ ତଥା ବୁଧବାର ସକାଳେ ଏକ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର-କୃଷ୍ଣରାଜପୁରମ ସ୍ୱତନ୍ତ୍ର ଟ୍ରେନ୍( ୦୬୫୬୨) ମେ’ ୧୫ ସକାଳ ୭ଟା ୩୦ରେ ଭୁବନେଶ୍ୱରରୁ କୃଷ୍ଣରଜପୁରମ୍କୁ ଯାତ୍ରା କରିବ। ଏହା ତା’ପରଦିନ ପୂର୍ବାହ୍ନ ୧୦ଟା ୧୫ରେ କୃଷ୍ଣରଜପୁରମ୍ରେ ପହଞ୍ଚିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଟ୍ରେନ୍ରେ ୧୪ଟି ସ୍ଲିପର, ଦୁଇଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍ ଉପଲବ୍ଧ ରହିଛି। ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା ଓ ଦୁଭାଡାଠାରେ ରହଣି କରିବ। ଏଥିସହ ଭୁବନେଶ୍ୱର ଓ କୃଷ୍ଣରାଜପୁରମ୍ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ୍ ଯଥା ରାଜମହେନ୍ଦ୍ରୀ, ବିଜୟୱାଡା, ଗୁଡୁର, ରେଣିଗୁଣ୍ଟ, କାଟପଡ଼ି, ଜୋଲାରପେଟାଇ ଓ ବାଙ୍ଗରାପେଟ ଇତ୍ୟାଦି ଷ୍ଟେସନ୍ଗୁଡ଼ିକରେ ରହଣି କରିବ। ଏହି ଟ୍ରେନ୍ଟି ଆଜି ଅପରାହ୍ଣ ୩ଟାରେ ୩୦ରେ ବାଙ୍ଗାଲୁରୁ କେଣ୍ଟରୁ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଭୁବନେଶ୍ୱରରେ ପହଞ୍ଚିବ।
ଅନ୍ୟପକ୍ଷରେ ପୂର୍ବ ଘୋଷଣା ଅନୁଯାୟୀ ପୁରୀଠାରୁ ଟ୍ରେନ୍ ଚଳାଚଳ ସ୍ବାଭାବିକ୍ ହୋଇଛି। ସବୁ ଏକ୍ସପ୍ରେସ୍, ପାସେଞ୍ଜର ଓ ମେମୁ ଟ୍ରେନ୍ ଆଜି ଚଳାଚଳ କରୁଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।