ମତାନ୍ତର, ମନାନ୍ତର ଥିଲେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଜିତିବ: ଈଶ୍ବର

ଜୟପୁର: ସବୁ ଦଳ ଓ ସଂଗଠନରେ ଏଭଳି ମତାନ୍ତର, ମନାନ୍ତର, ଗୋଷ୍ଠୀ ରହିବା ସ୍ବାଭାବିକ  କଥା ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ। ଏଥରକ ସାଧାରଣ ନିର୍ବାଚନରେ ୫ଟିରୁ ୪ଟିରେ ବିଜେଡି ଜିତିକି ଏହାର ପ୍ରମାଣ ଦେଖାଇ ସାରିଛି। ଆଗାମୀ ୨୦୨୪ସାଧାରଣ ନିର୍ବାଚନରେ ବିଜେଡି ୫ଟି ଯାକ ହାତେଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ବିଜେଡି ସଭାପତି।

ରାଜ୍ୟସ୍ତରୀୟ ନେତାମାନେ ଏହାର ପ୍ରମାଣ ବି ଜାଣିଛନ୍ତି। କିଛି ନ୍ୟାସ୍ତସ୍ବାର୍ଥ ତଥା ଦଳ ବିରୋଧୀ ନେତା କିଛି କର୍ମୀଙ୍କୁ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି। ତେବେ କର୍ମୀମାନେ ଠିକ ଭାବେ ନେତାଙ୍କ ଉଦେଶ୍ୟ ଓ ଲକ୍ଷ୍ୟକୁ ଜାଣି ସାରିଲେଣି। ମଇଁଷି ଶିଙ୍ଗ ପଟା, ଝୁଝିଲା ବେଳକୁ ଗୋଠା। ତାହାର ପ୍ରମାଣ ଆମେ ଦେଇଛୁ ଏବଂ ଆଗାମୀ ଦିନରେ ବି ଦେବୁ ବୋଲି କହିଛନ୍ତି ଇଂ.ପାଣିଗ୍ରାହୀ। ସେ ଜିଲ୍ଲାସଭାପତି ସହ କେସିସି ବ୍ୟାଙ୍କ ସଭାପତି ହେବାକୁ ନେଇ କିଛି ମତଭେଦ ଉଠିଛି ବୋଲି ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରିବାରୁ ସେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ହୋଇ ନିଗମକୁ ଲାଭାନ୍ବୀତ କରିଥିଲେ। ଦଳ ପକ୍ଷରୁ ତାଙ୍କୁ କେସିସି ବ୍ୟାଙ୍କର ନିର୍ଦେଶକ ଏବଂ ପରେ ସଭାପତି ଦାୟିତ୍ବ ତୁଲାଇବାକୁ ନିର୍ଦେଶ ଦେଇଛନ୍ତି ତାହାକୁ ସେ ପାଳନ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ବିଜେଡି ସଂଗଠନ ଦାୟିତ୍ବ ଦେଇଛନ୍ତି ତାହା ବି ସେ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି ଇଂ.ପାଣିଗ୍ରାହୀ।

ସମ୍ବନ୍ଧିତ ଖବର