ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ

ଦେବଗଡ଼ : ବିଜୁଳି ଦର ବୃଦ୍ଧି, ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଗୁରୁବାର ବିଜେପି ଦେବଗଡ଼ ମଣ୍ଡଳ ପକ୍ଷରୁ ଟିପିଡବ୍ଲୁଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋ‌ଭ ପ୍ରଦର୍ଶନ କରାଯାଇଥିଲା। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ମଣ୍ଡଳ ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ଟିପିଡବ୍ଲୁଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋ‌ଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଟିପିଡବ୍ଲୁଓଡିଏଲର ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟବ୍ରତ ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ଏହା ସହିତ ୧୦୦ ୟୁନିଟ ଭିତରେ ଗ‌ୋଟିଏ ଦର ଲାଗୁ କରିବା ସହ ଲୋ-ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।

ଏଥିରେ ନଗର ସାଧାରଣ ସଂପାଦକ ଜଗନ୍ନାଥ ବେହେରା, ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର ବ୍ରହ୍ମା, ମିଡିଆ ସେଲ ସଂଯୋଜକ ସୁଧିର ପାତ୍ର, ରମଣୀ ରଞ୍ଜନ ଆଚାର୍ଯ୍ୟ, କିଶୋର ବେହେରା, ଚନ୍ଦ୍ରଶେଖର ମହାପାତ୍ର, ପ୍ରତାପ ପଣ୍ଡା, ପ୍ରଦୀପ ଭୋଇ, ସୁଧିର ପ୍ରଧାନ, ସାଗର ମହାପାତ୍ର, ସାଗର ସାହୁ, ଶାନ୍ତନୁ ନାୟକ, ଶତ୍ରୁଘ୍ନ ପାତ୍ର, ସତ୍ୟ ନାଏକ, ଭବାନୀ ଗିରି, ନରୋତ୍ତମ ସାହୁଙ୍କ ସମତେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର