କଟକ : ଏଲ୍ଆଣ୍ତଟି ଲିମିଟେଡ୍ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିର ଯୋବ୍ରାସ୍ଥିତ ଆଇଏମ୍ଆଇଟିରେ ଅନୁଷ୍ଠିତ ହୋଇଛି। ଶିବିରକୁ ଆଇଏମ୍ଆଇଟି ଅଧୢକ୍ଷ ପ୍ରଭାତ କୁମାର ପାଢ଼ୀ ଉଦ୍ଘାଟନ କରିଥିଲେ। ଏଲ୍ଆଣ୍ତ୍ଟି ଶାଖା ପରିଚାଳକ ପ୍ରସନ୍ନଜିତ ରାୟ, ଏଲ୍ଆଣ୍ତ୍ଟି ମାନବ ସମ୍ବଳ ଅଧିକାରୀ ଆଦିତ୍ୟ ପ୍ରସାଦ ବଡ଼ୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଲ୍ଆଣ୍ତ୍ଟି ପକ୍ଷରୁ ସୋହନ କୁମାର ବିଶ୍ବାଳ, ଦିବ୍ୟଜ୍ୟୋତି ବେହେରା, ଆଶିଷ ରଞ୍ଜନ ଦାସ, ପ୍ରଭୁପ୍ରସାଦ ରାଉତ, ସୂର୍ଯ୍ୟପ୍ରକାଶ ପାଣି, ଦିବ୍ୟପ୍ରକାଶ ରାଉତ, ରାକେଶ ପ୍ରଧାନ, ସ˚ଗ୍ରାମ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ମୋଟ ୧୦୨ୟୁନିଟ୍ ରକ୍ତସ˚ଗ୍ରହ ହୋଇଥିଲା। କେନ୍ଦ୍ରୀୟ ରକ୍ତଭଣ୍ତାର ପକ୍ଷରୁ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ଶେଷଦେବ ଶତପଥୀ, ତାପସ କୁମାର ମହାନ୍ତି, ଅବିନାଶ ଦାଶ, ରାଜଶ୍ରୀ ପରିଡ଼ା, ପ୍ରସନ୍ନ କୁମାର ସ୍ବାଇଁ, କୀର୍ତ୍ତନ ବାଞ୍ଛୁ ପ୍ରମୁଖ ରକ୍ତସ˚ଗ୍ରହ କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଜ୍ଞାନରଞ୍ଜନ ରାଉତରାୟ ଶିବିର ସ˚ଯୋଜନା କରିଥିଲେ।