ବ୍ରାଉନ ସୁଗାର ଜବତ: ୨ ବେପାରୀ ଗିରଫ

ପୁରୀ : ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ସଦର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରିଛି। ପୁଲିସ କହିଛି ଯେ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ଅଞ୍ଚଳରେ ବ୍ରାଉନ ସୁଗାର ବିକ୍ରି ହେଉଥିଲା। ଏହି ଖବର ପାଇ ସଦର ଥାନା ଏସ୍ଆଇ ବିନ୍ଦୁବାସିନୀ ସେଠୀ ସଦଳବଳେ ଚଢ଼ଉ କରି ସେଠାରୁ ସେହି ଅଞ୍ଚଳର ଦିପକ ସ୍ବାଇଁ(୨୧) ଓ ଧାଡ଼ୁ ସ୍ବାଇଁ(୫୧)କୁ ଧରିଥିଲେ। ସେମାନଙ୍କ ନିକଟରୁ ୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଥିଲା। ତେଣୁ ଏନେଇ ସଦର ଥାନାରେ ୧୮୮/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଏସ୍ଆଇ ସୌମ୍ୟରଞ୍ଜନ ବିଶ୍ବାଳ ଦୁଇ ନିଶା ବେପାରୀ ଦିପକ ଓ ଧାଡ଼ୁକୁ ଗିରଫ ପରେ କୋର୍ଟଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର