ଟ୍ରକ୍‌ ପଛରେ ପିଟି ହୋଇ ଜଳିଗଲା କାର୍‌, ବର୍ତ୍ତିଗଲେ ତିନି ଯାତ୍ରୀ

ଚଣ୍ତିଖୋଲ/ଛତିଆ : ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଏକ ଭୟାନକ ଦୃଶ୍ୟ। ଚଣ୍ତିଖୋଲ ଅଭିମୁଖେ ଆସୁଥିବା ଟ୍ରକ୍‌ ପଛରେ ଏକ କାର୍‌ ଖୁବ୍‌ଜୋରରେ ପିଟି ହୋଇ ଜଳିଯାଇଛି। ତେବେ, କାର୍‌ରେ ଥିବା ତିନି ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୭ ତାରିଖ ରାତି ୧୨.୩୦ ମିନିଟରେ କଟକ ଆଡ଼ୁ ଏକ ଟ୍ରକ୍‌ (ଜିସି ୦୬ ଜିଆର ୫୭୭୨) ଚଣ୍ତିଖୋଲ ଅଭିମୁଖେ ଆସୁଥିଲା। ଟ୍ରକ୍‌ଟି କଢେଇ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ୍‌ ପାଖରେ ପହଞ୍ଚିଥିବାବେଳେ ହଠାତ୍‌ ବ୍ରେକ୍‌ ଦେବାରୁ ପଛରେ ଆସୁଥିବା ଏକ କାର୍‌ (ଓଡି ୨୨ଏନ ୯୬୯୬) ପିଟି ହୋଇ ଜଳିଯାଇଥିଲା। କାରରେ ନିଆଁ ଲାଗିବା ଦେଖି ଚାଳକ ବିଭୁଦତ୍ତ ନାୟକଙ୍କ ସମେତ ତିନି ଜଣ କାଚ ଭାଙ୍ଗି ବାହାରକୁ ଚାଲିଆସିବାରୁ ବର୍ତ୍ତି ଯାଇଥିଲେ। ଖବରପାଇ ଚଣ୍ତିଖୋଲ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ତିନି ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର