କଂଗ୍ରେସର ୨୦ ଜଣିଆ ନିର୍ବାଚନ ପରିଚାଳନା କମିଟି

ନରସିଂହ ମିଶ୍ର କମିଟିର ଅଧ୍ୟକ୍ଷ, ଯଜ୍ଞେଶ୍ବର ବାବୁ ଆବାହକ

ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ୨୦ ଜଣିଆ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟି ଗଠନ କରିବା ସହ ମେୟର ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲ୍ଲାରେ ଆଲୋଚନା କରି ମେୟରଙ୍କ ନାମ ସହିତ ପ୍ରାର୍ଥୀମାନଙ୍କର ତାଲିକା ପ୍ରସ୍ତୁତ କରି କଂଗ୍ରେସ କାର୍ଯ୍ୟାଳୟ କିମ୍ବା ନିର୍ବାଚନ ପରିଚାଳନା କମିଟି ପାଖକୁ ପଠାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଯଜ୍ଞେଶ୍ବର ବାବୁ ଏହାର ଆବାହକ ଅଛନ୍ତି। ଚିରଞ୍ଜୀବ ବିଶ୍ବାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ୍, ସପ୍ତଗିରି ଉଲାକା, ସନ୍ତୋଷ ସିଂ ସାଲୁଜା, ବିଜୟଲକ୍ଷ୍ମୀ ସାହୁ, କିଶୋର ପଟେଲ, ସୁରେଶ ମହାପାତ୍ର, ବନ୍ଦିତା ପରିଡ଼ା, ସ୍ମୃତି ରଂଜନ ଲେଙ୍କା, ୟାସିର ନୱାଜ, ମାନସ ରଂଜନ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ସଦସ୍ୟ ରହିଥିବା ପିସିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର