ଡିସେମ୍ବର ୮ ଭାରତବନ୍ଦକୁ କଂଗ୍ରେସ ସମର୍ଥନ କରୁଛି: ପିସିସି ସଭାପତି

ଭୁବନେଶ୍ବର : କେନ୍ଦ୍ର ମୋଦୀ ସରକାର ପ୍ରଣୟନ କରିଥିବା ୩ଟି କୃଷି ଆଇନ୍‌ ବିରୋଧରେ ଆସନ୍ତା ଡିସେମ୍ବର ୮ ତାରିଖରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କୃଷକମାନେ ହେଉଛନ୍ତି ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ। କୃଷକ ଭାଇ ଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯାଥାର୍ଥ ଓ ଯୁକ୍ତି ସଂଗତ। କୃଷକମାନଙ୍କ ବୃହତର ହିତ ଓ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓ୍ବାର୍ଡ଼ ସ୍ତରରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତ, ବ୍ଲକ୍‌, ପୌରପରିଷଦ, ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଜିଲ୍ଲା ଓ ରାଜ୍ୟସ୍ତରରେ ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସର ସମସ୍ତ କର୍ମକର୍ତ୍ତା, ବିଧାୟକଗଣ, ସାଂସଦ, ପ୍ରାକ୍ତନ ସାଂସଦ, ବରିଷ୍ଠ ନେତୃମଣ୍ଡଳୀ, ଜିଲ୍ଲା କଂଗ୍ରେସ ସଭାପତି, ଏଆଇସିସି ଓ ପିସିସି ସଭ୍ୟ, ସମସ୍ତ ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନର ରାଜ୍ୟ ଓ ଜିଲ୍ଲା ମୁଖ୍ୟମାନେ ସ୍ବତଃପ୍ରବୃତ ବନ୍ଦରେ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର