ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ

ଦିନକରେ ୨୦୧୯ ଆକ୍ରାନ୍ତ, ସୁସ୍ଥ ହେଲେ ୨୬୧୦

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲଗାତର ଭାବେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୦୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୮୫୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୮ହଜାର ୩୬୪କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି କଟକ ଜିଲ୍ଲା। ଏଠାରୁ ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବାଦ୍ ଅନୁଗୁଳରୁ ୧୨୯, ମୟୂରଭଞ୍ଜରୁ ୧୧୧, ଯାଜପୁରରୁ ୭୩, ସୁନ୍ଦରଗଡ଼ରୁ ୯୯, ନୂଆପଡ଼ାରୁ ୯୦, ବରଗଡ଼ ଓ ବଲାଙ୍ଗୀରରୁ ୭୧ ଲେଖାଏ, କଳାହାଣ୍ଡିରୁ ୬୯, ସୋନପୁରରୁ ୬୮, ଜଗତସିଂହପୁର ଓ ବାଲେଶ୍ବରରୁ ୬୪ ଲେଖାଏ, କେନ୍ଦ୍ରାପଡ଼ାରୁ ୬୧, ନବରଙ୍ଗପୁରରୁ ୬୦, କେନ୍ଦୁଝରରୁ ୫୮, ସମ୍ବଲପୁରରୁ ୫୨, ଝାରସୁଗୁଡ଼ାରୁ ୪୩, କୋରାପୁଟ ଓ ଭଦ୍ରକରୁ ୪୧ ଲେଖାଏ, ନୟାଗଡ଼ରୁ ୪୦, ଢେଙ୍କାନାଳରୁ ୩୮, ଗଞ୍ଜାମ ଜିଲ୍ଲାରୁ ୩୩, କନ୍ଧମାଳରୁ ୩୧, ପୁରୀରୁ ୩୦, ରାୟଗଡ଼ାରୁ ୨୪, ଦେବଗଡ଼ ଓ ମାଲକାନଗିରିରୁ ୨୦ ଲେଖାଏ, ବୌଦ୍ଧରୁ ୧୨ ଓ ଗଜପତିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲରୁ ୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ୨୬୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ସୁସ୍ଥ ହୋଇଛନ୍ତି। ଏହା ବାଦ୍ କଟକରୁ ୨୦୪, ସୁନ୍ଦରଗଡ଼ରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ବରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗୀରରୁ ୯୫, ନବରଙ୍ଗପୁରରୁ ୯୧, ବରଗଡ଼ରୁ ୮୩, ଜଗତସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୬୮ ଲେଖାଏ, କେନ୍ଦୁଝର ଓ ନୂଆପଡ଼ାରୁ ୬୧ ଲେଖାଏ, ପୁରୀରୁ ୫୪, ସୋନପୁରରରୁ ୫୩, କଳାହାଣ୍ଡିରୁ ୫୨, କୋରାପୁଟରୁ ୫୦, କନ୍ଧମାଳରୁ ୪୫, ନୟାଗଡ଼ରୁ ୪୧, ଗଞ୍ଜାମରୁ ୩୪, ଢେଙ୍କାନାଳରୁ ୩୦, ମାଲକାନଗିରିରୁ ୨୮, ବୌଦ୍ଧରୁ ୧୮, ଦେବଗଡ଼ରୁ ୧୩, ଗଜପତି ଓ ରାୟଗଡ଼ାରୁ ୧୨ ଲେଖାଏ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୫୩ ଜଣ ଆରୋଗ୍ୟ ଲାଗ କରିଛନ୍ତି। ରାଜ୍ୟରେ ମୋଟ୍‌ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨,୪୬,୮୩୭ରେ ପହଞ୍ଚିଛି।

ରାଜ୍ୟ ଆଜି କରୋନାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିଲା ବେଳେ କଟକ ଓ ଜଗତସିଂହପୁରରୁ ଦୁଇ ଜଣ ଲେଖାଏ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗୀର ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୩୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର