ଭିମ୍‌ସାରରୁ ପୁଣି ୫ ଡାକ୍ତରଙ୍କ ସମେତ ୫୧ ସଂକ୍ରମିତ

ବୁର୍ଲା : ଶନିବାର ପୁଣି ବୁର୍ଲା ଭିମ୍‌ସାରରେ ଡାକ୍ତର, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ୍‌ ଭିମ୍‌ସାରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଡାକ୍ତର ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଗତ କିଛିଦିନ ମଧ୍ୟରେ ଭିମସାରରେ ଶତକ ଡେଇଁଲାଣି ଡାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କ କରୋନା ସଂକ୍ରମଣ। ଆଜି ମଧ୍ୟ ଡାକ୍ତରଖାନାରୁ ପୁଣି ୫ ଜଣ ବରିଷ୍ଠ ଡାକ୍ତର, ୫ଜଣ କର୍ମଚାରୀ ଏବଂ ୫ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଭିମ୍‌ସାର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଆଜି ଡାକ୍ତରଖାନାରେ ୧୨୯ଜଣ ରୋଗୀଙ୍କ ଆର୍ଟିପିସିଆର୍‌ ଟେଷ୍ଟ ହୋଇଥିବା ବେଳେ ୩୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।

ତେବେ ଦିନକୁ ଦିନ ବୁର୍ଲା ଭିମସାରରେ କୋଭିଡ ସ୍ଥିତି ସଙ୍ଗିନ ହେବାକୁ ବସିଥିବା ବେଳେ କର୍ତୃପକ୍ଷଙ୍କ ଚିନ୍ତାର କାରଣ ସାଜିଛି। ଅନ୍ୟ ପକ୍ଷରେ ଦ୍ବିତୀୟ କୋଭିଡ଼ ହସ୍ପିଟାଲରେ ରୋଗୀସଂଖ୍ୟା ୫୧ ଥିବା ବେଳେ ୬ ଜଣ ଆଇସିୟୁ ଅଛନ୍ତି। ୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ୫୧ ଜଣ ରୋଗୀ ଙ୍କ ମଧ୍ୟରୁ ୨୯ ଜଣ ପୁରୁଷ ଥିବା ବେଳେ ୨୨ ଜଣ ମହିଳା ରୋଗୀ ଅଛନ୍ତି ବୋଲି ଦ୍ଵିତୀୟ କୋଭିଡ଼ ହସ୍ପିଟାଲର ଇନ୍‌ଚାର୍ଜ ଡାକ୍ତର ୱାଇ.ପି. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର