ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଉଚ୍ଛେଦ: ଫଟୋ ଟ୍ବିଟ୍‌ କଲେ ମୁଖ୍ୟମନ୍ତ୍ରୀ

ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଦୋକାନ ହଟିବା ପରେ ଏହାର ଫଟୋ ନିଜ ଟ୍ବିଟର୍‌ ଆକାଉଣ୍ଟରେ ସେୟାର୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଭୟ ଦୋକାନ ଥିବା ବେଳର ଫଟୋ ଓ ଦୋକାନ ଉଚ୍ଛେଦ ପର ସୌନ୍ଦର୍ଯ୍ୟୀକରଣର ଫଟୋକୁ ନିଜ ଟ୍ବିଟର୍‌ ଆକାଉଣ୍ଟରେ ସେୟାର କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି କୋଣାର୍କ ଆମ ଐତିହ୍ୟର ପରିଚୟ। ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର। କୋଣାର୍କ ସୂର୍ଯ୍ୟମନ୍ଦିର ଆଖପାଖ ଅଞ୍ଚଳର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେବାପରେ ଏହାର ସୌନ୍ଦର୍ଯ୍ୟ ଆହୁରି ରମଣୀୟ ହୋଇଛି। ଏହି ରୂପାନ୍ତରଣ କାର୍ଯ୍ୟରେ ସହଯୋଗ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର