ସମ୍ବଲପୁରରେ ଡ. ପ୍ରମୋଦ ମିଶ୍ର

ସମ୍ବଲପୁର: ପ୍ରଧାନ ମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ନିଜ ଜନ୍ମ ସ୍ଥାନ ସମ୍ବଲପୁର ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ଏହାପରେ ଡ. ମିଶ୍ର ବସନ୍ତପୁରସ୍ଥିତ ସୈନିକ ସ୍କୁଲ୍ ପରିଦର୍ଶନ କରିଥିଲେ।

ତାଙ୍କ ସହ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଶିକ୍ଷାନବୀଶ ଆଏଏସ୍ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣୀ ପ୍ରମୁଖ ଉପସ୍ଥିତ ଥିଲେ। ଶନିବାର ସେ ନି‌ଜେ ପାଠ ପଢ଼ିଥିବା ବ୍ରଜମୋହନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ। ଡ. ମିଶ୍ରଙ୍କ ଉଦ୍ୟମରେ ଏନ୍‌ଟିପିସି ସହାୟତାରେ ଏହି ସ୍କୁଲ୍‌ର ନବୀକରଣ କରାଯାଇ ଏହାକୁ ଏକ ଆଦର୍ଶ ସ୍ମାର୍ଟ ସ୍କୁଲ୍ ଭାବେ ବିକଶିତ କରାଯାଇଛି।

ସମ୍ବନ୍ଧିତ ଖବର