ପୋଖରୀରେ ବୁଡ଼ି ଶିଶୁ ମୃତ

ଅଭିମନ୍ୟୁ ବାଲିଆ : ବରୀ ଥାନା ଅଧୀନ କଳାମାଟିଆ ଠାରେ ପୋଖରୀରେ ବୁଡ଼ି ଜଣେ ୬ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁକନ୍ୟା କଳାମାଟିଆ ଗ୍ରାମର ଦିଲୀପ ଧଳଙ୍କ ଝିଅ ଭାଗ୍ୟଲକ୍ଷ୍ମୀ। ଜେଜେମାଙ୍କ ସହିତ ଭାଗ୍ୟଲକ୍ଷ୍ମୀ ଘର ନିକଟସ୍ଥ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲା। ଜେଜେମାଙ୍କ ପାଟି ଶୁଣି ଲୋକମାନେ ପାଣିରୁ ଭାଗ୍ୟଲକ୍ଷ୍ମୀକୁ ଉଦ୍ଧାର କରିଥିଲେ।

ଅବସ୍ଥା ଗୁରୁତର ଥିବାରୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ବରୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧିତ ଖବର