ଯୋଡ଼ା ବ୍ଲକ୍‌ର ପଲସା ଗ୍ରାମ ପଞ୍ଚାୟତର ବେଲଦା ଗ୍ରାମରେ ନିର୍ବାଚନୀ ହିଂସା, ୩ ଗୁରୁତର

ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରି ଥାନା ତଥା ଯୋଡ଼ା ବ୍ଲକ୍‌ର ପଲସା ଗ୍ରାମ ପଞ୍ଚାୟତର ବେଲଦା ଗ୍ରାମରେ ଗତକାଲି ରାତିରେ  ନିର୍ବାଚନୀ ହିଂସା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ  ସାଢ଼େ ୮ଟା ବେଳେ ପଳସା ଗ୍ରାମ ପଞ୍ଚାୟତର  ସରପଞ୍ଚ ପ୍ରାର୍ଥୀ ଅରୁଣ ମୁଣ୍ଡାଙ୍କ ପ୍ରଚାର ଗାଡ଼ି ପ୍ରଚାର ସାରି ଫେରୁଥିବା ବେଳେ ବିରୋଧୀ ଗୋଷ୍ଠୀ ପକ୍ଷରୁ  ପ୍ରାଣାନ୍ତକ ଆକ୍ରମଣ  କରାଯାଇଥିଲା। ବିରୋଧୀ ଗୋଷ୍ଠୀର ୧୦ ରୁ ଊର୍ଦ୍ଧ୍ବ ସଂଘବଦ୍ଧ ଭାବେ ପ୍ରଚାରରୁ ଫେରୁଥିବା  ସ୍କର୍ପିଓ ଗାଡ଼ିକୁ ଭଙ୍ଗା ରୁଜା କରିବା ସହିତ ଡ଼୍ରାଇଭର ପିକୁନ ମହାନ୍ତ, ମସ ମାଝୀ, ଦୁର୍ଲ୍ଲଭ ମାଝୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆହତମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି  ଗ୍ରାମରେ  ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ପୁଲିସ ୨୮/୨୨ ଏବଂ ୨୯/୨୨ରେ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବାମେବାରୀ ଥାନା ଆଇଆଇସି ମନୋରଂଜନ ବିଶି କହିଛନ୍ତି।

ସମ୍ବନ୍ଧିତ ଖବର