କେନ୍ଦୁଝର ଜିଲ୍ଲାର ୧୫୮ ସମିତି ଓ ଲ୍ୟାମ୍ପସରେ ହେବ ନିର୍ବାଚନ

କେନ୍ଦୁଝର : ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେ‌ଳେ ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ମୋଟ ୧୫୮ଟି ଲ୍ୟାମ୍ପସ ଏବଂ ସମିତିରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଜୁନ୍‌ ୧୯ ଏବଂ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ସମବାୟ ବିଭାଗରେ ମୋଟ ୯୬ଟି ଲ୍ୟାମ୍ପସ ଏବଂ ସମିତିରେ ନିର୍ବାଚନ ହେବ। ବୟନ ଶିଳ୍ପ ବିଭାଗରେ ୧୯ଟି ସମିତି, ହସ୍ତତନ୍ତ ବିଭାଗର ଗୋଟିଏ, କ୍ଷୁଦ୍ର ଶିଳ୍ପ ବିଭାଗର ଗୋଟିଏ ମତ୍ସ୍ୟ ବିଭାଗର ୧୨ଟି, ଦୁଗ୍ଧ ଉତ୍ପାଦନ ସଂଘର ୧୨ଟି, ଟସର ବିଭାଗର ୧୬ଟି, ପଶୁ ସମ୍ପଦର ଗୋଟିଏ ସମିତିରେ ନିର୍ବାଚନ ହେବ।

ସମବାୟ ବିଭାଗର କାଳିଆହତା ଲ୍ୟାମ୍ପସ, ଶୁଆକାଟି ଲ୍ୟାମ୍ପସ, ଆଂଚଳିକ ସମବାୟ ସମିତି, ଗୋନାସିକା ଲ୍ୟାମ୍ପସ, କେନ୍ଦୁଝର ହାଉସିଂ ବୋର୍ଡ, ସିରିଗିଡା ଲ୍ୟାମ୍ପସ, ସାହରପଡା ଲ୍ୟାମ୍ପସ, ତେଲକୋଇ ଲ୍ୟାମ୍ପସ, ନୟାକୋଟ ଲ୍ୟାମ୍ପସ, ସଦର ଲ୍ୟାମ୍ପସ, ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି, ପଳାସପଙ୍ଗା ଲ୍ୟାମ୍ପସ, ଭାଗ୍ୟଶ୍ରୀ ମହିଳା ସୋସାଇଟି, ଡିଷ୍ଟ୍ରିକ୍ଟ ଫିଲ୍ମ ଆଣ୍ଡ ଫାଇନ୍‌ ଆର୍ଟ ସୋସାଇଟି, ଜାଗୃତି ମହିଳା ସମବାୟ ସମିତି, ଜନ୍ମଭୂମି ସମବାୟ ସମିତି, ଶୁଭଶ୍ରୀ ମହିଳା ସମବାୟ ସମିତି, କଲ୍ୟାଣୀ ମହିଳା ସମବାୟ ସମିତି, ଉପକାରୀ ମହିଳା ସମବାୟ ସମିତି, କେନ୍ଦୁଝର କ୍ରେଡିଟ କୋଅପରେଟିଭ୍‌ ସୋସାଇଟି, ମଙ୍ଗଳମୟୀ ମହିଳା ସମବାୟ ସମିତି, ଜଗନ୍ନାଥ ସୋସାଇଟି, ଓଏସ୍‌ଆଇଏଲ ସମିତି, କେସିସିବି  ସମିତି, ମା’ ମଙ୍ଗଳା ସମିତି, ମାତୃଶକ୍ତି ଗ୍ରାମ୍ୟ ଉନ୍ନୟନ ସମିତି, ପ୍ରଗତୀ ମହିଳା ସମବାୟ ସମିତିରେ ନିର୍ବାଚନ ହେବାକୁ ସ୍ଥିର ହୋଇଛି।

ବୈତରଣୀ ସମବାୟ ସମିତି, ସହଯୋଗୀ ମହିଳା ସମିତି, ଚମ୍ପୁଆ ଲ୍ୟାମ୍ପସ, ବଲାଣୀ ଓର ଏମ୍ପଲ୍ୟଇଜ୍‌  ସମିତି, ଭଣ୍ଡା ଲ୍ୟାମ୍ପସ, ଖଣ୍ଡବନ୍ଧ କର୍ମଚରୀ ସମିତି. ଉଖୁଣ୍ଡା ଲ୍ୟାମ୍ପସ, ଝୁମ୍ପୁରା ଲ୍ୟାମ୍ପସ, ଯୋଡା ଇଷ୍ଟ କର୍ମଚାରୀ ସମିତି, ନୟାଗଡ ଆଦିବାସୀ ବିକାଶ ସମିତି, ଗ୍ରୀନ ହେଭେନ ସମବାୟ ସମିତି ଆଦିବାସୀ ଭିଲେଜ ଡେଭଲପମେଣ୍ଟ ସମିତି, ଜଗାବଳିଆ ସମବା ସମିତି, ଟ୍ରାଇବାଲ ଡେଭଳପମେଣ୍ଟ ସମବା ସମିତି, ମା’ ଜଗତଜନନୀ ମହିଳା ସମବାୟ ସମିତି, ବିର୍ସାମୁଣ୍ଡା ସମବାୟ ସମିତି, ସାଇନାଥ ମହିଳା ସମବାୟ ସମିତି, ଚମ୍ପୁଆ ହାଉସିଂହ ବୋର୍ଡ ସମିତି, ଟାଟା ସ୍ପଞ୍ଜ କର୍ମଚରୀ ସମବାୟ ସମିତି, ମହିଳା ମହାସଂଘ ସମବାୟ ସମିତି ଯୋଡ଼ା ଭ୍ୟାଲି ମହିଳା ସମବାୟ ସମିତି, କେବିଏନ୍‌ ଲୋଡିଂ ସମବାୟ ସମିତି, ଆଂଚଳିକ ବିକାଶ ସମବାୟ ସମିତି, ଏନ୍‌ଏମ୍‌ଡିସି କର୍ମଚାରୀ ସମବାୟ ସମିତି, ତ୍ରିଶକ୍ତି ଗ୍ରାମ୍ୟ ବିକାଶ ସମବାୟ ସମିତି ଭଳି ସମବାୟ ବିଭାଗର ୯୬ଟି ସମବାୟ ସମିତିରେ ନିର୍ବାଚନ ହେବ।

ବୟନ ଶିଳ୍ପ ବିଭାଗର ତାରିଣୀ ବୁଣାକାର ସମବାୟ ସମିତି, ବାରକୋଟି ସମବାୟ ସମିତି, ମଦନମୋହନ ସମବାୟ ସମିତି, କୁଣ୍ଡୁଳାଇ ସମବାୟ ସମିତି, ବିଶ୍ବତାରିଣୀ ସମବାୟ ସମିତି, ଅତା ସମବାୟ ସମିତି, ହିଙ୍ଗୁଳା ସମବାୟ ସମିତି, ନିକୁଞ୍ଜ ବିହାରୀ ସମବାୟ ସମିତି, ଶ୍ରୀ ସତ୍ୟସାଇ ସମବାୟ ସମିତି, ଦାଶରଥିପୁର ସମବାୟ ସମିତି, ପୁଟୁଗାଁ ସମବାୟ ସମିତି, ରଙ୍ଗାପାଟ ସମବାୟ ସମିତି, ପଦ୍ମାଳୟା ସମବାୟ ସମିତି, ଦଧିବାମନ ସମବାୟ ସମିତି, ବିଶ୍ବନାଥ ସମବାୟ ସମିତି, ସପ୍ନେଶ୍ବର ସବାୟ ସମିତି, ସିଦ୍ଧେଶ୍ବର ସମବାୟ ସମିତି, ମା ଖୁଳାଶୁଣି ସମବାୟ ସମିତି, ଜଗନ୍ନାଥ ସମବାୟ ସମିତିରେ ମଧ୍ୟ ନିର୍ବାଚନ ହେବ।

ହସ୍ତତନ୍ତ ବିଭାଗରେ ଥିବା ଏକ ମାତ୍ର ସମବାୟ ସମିତି ତଥା ମା’ ସନ୍ତୋଷୀ ଓମେନ ଆପ୍ଲିକ ଇଣ୍ଟଷ୍ଟ୍ରିଆଲ ସମବାୟ ସମିତିରେ ଆସନ୍ତା ଜୁନ୍‌ ୧୯ ତାରିଖରେ ନିର୍ବାଚନ ହବାକୁ ଥିବା ବେଳେ କ୍ଷୁଦ୍ର ଶିଳ୍ପ ବିଭାଗର ମାତ୍ର ଗୋଟି ଜୟଦୁର୍ଗା ସମବାୟ ସମିତରେୀ ଆସନ୍ତା ଜୁନ୍‌ ୧୯ ତାରିଖରେ ନିର୍ବାଚନ ହେବ।

ମତ୍ସ୍ୟ ବିଭାଗରେ ମହାଦେଇ ସମବାୟ ସମତି, ମାନିକେଶ୍ବର ଚର୍ଚ୍ଚିକା ସମବାୟ ସମିତି, ବାତୋ ସମବାୟ ସମତି, ସାନ୍ତାଳ ସମବାୟ ସମିତି, ନେହରୁ ସମବାୟ ସମିତି, ମହାବୀରା ସମବାୟ ସମିତି, ରଙ୍ଗାପାଟ ସମବାୟ ସମିତି, ଗୁପ୍ତେଶ୍ବର ସମବାୟ ସମିତି, ମା’ ମଙ୍ଗଳା ସମବାୟ ସମିତି, ମାଛକାନ୍ଦଣା ସମବାୟ ସମିତି, ହଦଗଡ ସମବାୟ ସମିତି  ଏବଂ ଜଗତେଶ୍ବର ସମବାୟ ସମିତିରେ ନିର୍ବାଚନ ହେବ।

ଦୁଗ୍ଧ ସଂଘ ପକ୍ଷରୁ ୧୨ଟି ସମବାୟ ସମିତିରେ ନିର୍ବାଚନ ହେବାକୁ ଥିବା ବେଳେ ଟସର ବିଭାଗରେ ୧୬ଟି ଏବଂ ପଶୁ ସମ୍ପଦ ବିଭାଗର ଏକ ମାତ୍ର ସମବାୟ ସମିତି ସମ୍ଭାବନା ସମବାୟ ସମିତି ଦ୍ବାରା ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ପ୍ରତ୍ୟେକ ସମବାୟ ସମିତି ପାଇଁ ନିର୍ବାଚନ ଅଧିକାରୀ ଇତିମଧ୍ୟରେ ଘୋଷଣା ସରିଛି।

ସମ୍ବନ୍ଧିତ ଖବର