ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଇଂଜିନିୟର ରବି ନାରାୟଣ ପୁଷ୍ଟି ଗିରଫ, ୨ ‌କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍‌ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଇଂଜିନିୟର ରବି ନାରାୟଣ ପୁଷ୍ଟିଙ୍କୁ ଆଜି ଗିରଫ କରିଛି । ଇଞ୍ଜିନିୟରଙ୍କ ସମୁଦାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ପୁଷ୍ଟିଙ୍କର ଭୁବନେଶ୍ୱରର ପଟିଆ, କଲଭିକ୍ କିଙ୍ଗ୍‌ପ୍ରାସାଦରେ ଥିବା ଆବାସିକ ଫ୍ଲାଟ, ପୁରୀର ଭକ୍ତ ନିବାସ ଠାରେ ଏକ କୋଟିରୁ ଅଧିକ ସମ୍ପତ୍ତି ରହିଛି।

ସେହିପରି ଗଜପତି ପ୍ରାସାଦରେ ଫ୍ଲାଟ, ଜଗମୋହନ ନଗର, ଜାଗମରା, ବାରଭୁଜା ମାର୍କେଟ କମ୍ପ୍ଲେକ୍ସରେ ଦୋକାନ, ଶ୍ରୀରାମ ବିହାର, ନୟାପଲ୍ଲୀ, ଭୁବନେଶ୍ୱରରେ ସମ୍ପର୍କୀୟଙ୍କ ଘର, ଶ୍ରୀକ୍ଷେତ୍ର ନିବାସରେ ଫ୍ଲାଟ ଗୁଡିକରେ ଚଢ଼ଉ କରାଯାଇଉଛି।

ସୂଚନାଯୋଗ୍ୟ, ଗତକାଲି  ୮ ଜଣ ଡେପୁଟି ଏସ୍‌ପିଙ୍କ ନେତୃତ୍ୱରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ସାତୋଟି ସ୍ଥାନରେ ଇନ୍ସପେକ୍ଟର ଓ ୫ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ରହିଥିଲେ । ସମୁଦାୟ ଦୁଇ କୋଟିର ସମ୍ପତ୍ତି ଥିବା ଜଣାପଡିଛି । ବ୍ୟାଙ୍କ ଆକାଉଣ୍ଟରୁ ୭୦ ଲକ୍ଷ ଟଙ୍କା, ୩୩୫ ଗ୍ରାମର ସୁନା ଗହଣା ଜବତ କରିଛି ଭିଜିଲାନ୍ସ । ରାଜ୍ୟ ବାହାରେ ମଧ୍ୟ ସମ୍ପତ୍ତି ଥିବା ସନ୍ଦେହ ହୋଇଛି। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର