ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବରେ ଉଚ୍ଛେଦ ଜାରି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ପାଇଁ ଦୁଇ ମାସର ବ୍ୟବଧାନ ପରେ ପୁଣି ଥରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବରେ ଥିବା ଉତ୍ତରପାର୍ଶ୍ବ ମଠକୁ ଭଙ୍ଗା ଯାଇଥିଲା। ଆଜି ଏହା ସଂଲଗ୍ନ କିଛି ବ୍ୟକ୍ତିଗତ ଘରକୁ ଭଙ୍ଗାଯାଇଛି। ଏକାଧିକ ଜେସିବି ଲାଗି ଏହି ସବୁ ଘରକୁ ଭାଙ୍ଗି ମାଟିରେ ମିଶାଇଛି। ଭଙ୍ଗାଯାଇଥିବା ଘରକୁ କିଛି ବ୍ୟକ୍ତି ଲିଜ୍‌ ଆକାରରେ ନେଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପଟେ ପର୍ଯ୍ୟାୟକ୍ରମେ ଭଗ୍ନାଂଶ ଉଠାଇବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର