ୟୁନିଟାରି ବିଶ୍ବବିଦ୍ୟାଳୟରେ ରହିବେନି ଓଇଏସ୍‌ କ୍ୟାଡ୍‌ର ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁନିଟାରି ବିଶ୍ବବିଦ୍ୟାଳୟରେ ଏଣିକି ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌) କଲେଜ ବ୍ରାଞ୍ଚ କ୍ୟାଡ୍‌ରର ଅଧିକାରୀଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ଦିଆଯିବ ନାହିଁ। ବରଂ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦ୍ବାରା ଉକ୍ତ ଶିକ୍ଷାନୁଷ୍ଠାନର ଜଣେ ଯୋଗ୍ୟ ଶିକ୍ଷକଙ୍କୁ ଉକ୍ତ ପଦବିରେ ନିଯୁକ୍ତି ଦିଆଯିବ।

ଯେହେତୁ ଏହି ବର୍ଗର ବିଶ୍ବବିଦ୍ୟାଳୟ ଅଧୀନରେ କୌଣସି କଲେଜ ରହୁନାହାନ୍ତି ତେଣୁ ଓଇଏସ୍‌ କଲେଜ ବ୍ରାଞ୍ଚ କ୍ୟାଡ୍‌ର ଅଧିକାରୀଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର