ବିବାହିତ ମହିଳାଙ୍କୁ ପ୍ରେମ କରି ଫସିଗଲେ, ଜୀବନ ହାରିଲେ ଯୁବକ

କାଳିଆପାଣି: ବିବାହିତା ମହିଳାଙ୍କ ସହ ପ୍ରେମ କରି ଫସିଗଲେ କାଳିଆପାଣିର ଜନୈକ ଯୁବକ ଭକ୍ତି ପ୍ରସାଦ ସିଂହ (୨୬)। ନିର୍ବନ୍ଧ ପରେ ବିବାହ କରିବା ଯୋଜନାରେ ଥିବା ଏହି ଯୁବକ ଶେଷରେ ହିମାଚଳ ପ୍ରଦେଶରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ୍ୟୁର କିଛିକ୍ଷଣ ପୂର୍ବରୁ ପ୍ରେମରେ ବିଫଳତା, ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରେମିକାଠାରୁ ଧୋକା ଖାଇବା ସଂକ୍ରାନ୍ତ ଘଟଣାବଳୀକୁ ସେ ନିଜ ଫେସବୁକ୍‌ ପୃଷ୍ଠାରେ ଲେଖି ଆତ୍ମହତ୍ୟା କରିଛନ୍ତି। ଭକ୍ତିଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲାର ଭୁବନ। ବାପା କାଳିଆପାଣି ଓଏମ୍‌ସିରୁ ଅବସର ନେଇଛନ୍ତି। ଭକ୍ତି ଗତ ୪ ବର୍ଷ ଧରି ସଂପୃକ୍ତ ମହିଳାଙ୍କ ପଛରେ ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଧୋକା ଖାଇବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପୁଲିସଠାରୁ ସୂଚନା ପାଇବା ପରେ ମୃତକଙ୍କ ବଡ଼ଭାଇ ଶବ ଗ୍ରହଣ କରିବାକୁ ହିମାଚଳ ପ୍ରଦେଶ ଯାତ୍ରା କରିଥିବା ଜଣାପଡ଼ିଛି। ଧର୍ମଶାଳା ଥାନା ଅଚ୍ୟୁତପୁର ଗାଁର ସଂପୃକ୍ତ ଯୁବତୀ ଭୁବନ ଭିତରଦିଗପାଟଣାରେ ବିବାହ କରିଥିଲେ। ୨୦୧୭ ରେ ସ୍ବାମୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିଲା। ଏହାପରେ ଭକ୍ତିଙ୍କ ସହ ପ୍ରେମ ସଂପର୍କ ବଢ଼ିଥିଲା। ଗତ ଜୁଲାଇ ମାସରେ ଜାରକାସ୍ଥିତ ଏକ ମନ୍ଦିରରେ ଉଭୟ ପରିବାର ଉପସ୍ଥିତିରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକା ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଗତ ନଭେମ୍ବର ମାସରୁ ଭକ୍ତି ଘରଛାଡ଼ି ପଳାଇଥିଲେ। ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିଲା। ଗତ ଶନିବାର ଦିନ ଭକ୍ତିଙ୍କ ଶବ ମିଳିବା ପରେ ହିମାଚଳ ପୁଲିସ ଫୋନ୍‌ କରି ପରିବାରକୁ ଜଣାଇଥିଲା।

ସମ୍ବନ୍ଧିତ ଖବର