ଫେସ୍‌ବୁକ ପୋଷ୍ଟ୍‌କୁ ନେଇ ମାମଲା

ନିର୍ବାଚନୀ ଯାଞ୍ଚ: ୧.୩୭ ଲକ୍ଷ ଜବତ

ରାଉରକେଲା : ସୋସିଆଲ ମିଡିଆର ଅପବ୍ୟବହାର କରିବା ଆଜି ଜଣେ ବିଜେପି କର୍ମୀଙ୍କୁ ମହଙ୍ଗା ପଡ଼ିଛି। ସ୍ଥାନୀୟ ଜଣେ ଛାତ୍ର ବିଜେଡି ନେତ୍ରୀ ଓ ଜଣେ ବିଜେଡି ନେତାଙ୍କ ଫଟୋ ଉପରେ ଅଶୋଭନୀୟ ଶବ୍ଦ ପ୍ରୟୋଗ କରି ତା’କୁ ଭାଇରାଲ କରିବାରୁ ଉଦିତନଗର ଥାନାରେ ଏତଲା ହୋଇଛି। ପୁଲିସ ମାମଲା (୯୯/୧୯) ରୁଜୁ କରିବା ସହ ଅଭିଯୁକ୍ତ ବିଜେପି କର୍ମୀ ଦୀପକ ତିୱାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ନିର୍ବାଚନୀ ଯାଞ୍ଚ: ୧.୩୭ ଲକ୍ଷ ଜବତ

ବାମରା : ଗଡ଼ପୋଷ ପଞ୍ଚାୟତ କରଲାଖମନ ଛକଠାରେ ନିର୍ବାଚନୀ ଯାଞ୍ଚ ବେଳେ ଏକ ବାଇକ ଡିକିରୁ ୧ ଲକ୍ଷ ୩୭ ହଜାର ୭୧୫ ଟଙ୍କା ଜବତ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଆଇସିଡିଏସ ସୁପରଭାଇଜର ମାଗଦାଲି ସଏ ଏବଂ ଗୋବିନ୍ଦପୁର ପୁଲିସ ଏଏସଆଇ ଏସ. ସୋନା ଗାଡି ଯାଞ୍ଚ ବେଳେ ଉକ୍ତ ଟଙ୍କା ଜବତ କରିଥିଲେ। ବାଇକ ଚାଳକ କୁନ୍ଦନ ସା ରାଜଗାଙ୍ଗପୁର ଭଟ୍ଟା ପଡାର ବାସିନ୍ଦା ଅଟନ୍ତି। ତାଙ୍କ ମାଲିକ ଆଳୁ, ପିଆଜ ବ୍ୟବସାୟ କରନ୍ତି। ଉଧାରି ଟଙ୍କା ସଂଗ୍ରହ କରି ମାଲିକ ପାଖକୁ ନେଉଥିବା କହିଥିଲେ। ଏ ବାବଦରେ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲେ। ଏ ବିଷୟରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର