ପ୍ରକାଶ ପାଇଲା ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା ଫଳ: ପାସ୍‌ ହାର ୯୩.୧୯ପ୍ରତିଶତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବ‌ୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା(ଅଷ୍ଟମ ଷ୍ଟାଣ୍ଡାର୍ଡ) ଫଳ ଆଜି ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଏହି ପରୀକ୍ଷାର ସାମଗ୍ରିକ ପାସ୍ ହାର ୯୩.୧୯ପ୍ରତିଶତ ରହିଛି। ପ୍ରଥମ ଅର୍ଦ୍ଧବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ପାଇଁ ମୋଟ ୧୨୦୧ଜଣ ପ୍ରାର୍ଥୀ ଫର୍ମପୂରଣ କରିଥିବା ବେଳେ ୧୧୭୪ଜଣ ପରୀକ୍ଷା ଦେଇଥିଲେ। ଅବଶିଷ୍ଟ ୨୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ୧୧୭୪ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୦୯୪ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୮୦ ଜଣ ପରୀକ୍ଷାର୍ଥ ଫେଲ ହୋଇଛନ୍ତି। ପରୀକ୍ଷା ଫଳ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ ନମ୍ବର ବା ନାମ ଲଗ୍ଇନ୍ କରି ନିଜ ଫଳ ଲାଉନଲୋଡ୍ କରିପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର