ବାଲିଯାତ୍ରା ହକି ଷ୍ଟଲ ବୁଲିଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ

କଟକ: ଐତିହାସିକ ବାଲିଯାତ୍ରାରେ ଥିବା ହକି ଷ୍ଟଲ ବୁଲିଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ଆଗମୀ ୨୦୨୩ ରେ ଓଡିଶାରେ ହେବାକୁ ଥିବା ହକି ବିଶ୍ୱକପ କୁ ପ୍ରମୋଟ କରିବା ପାଇଁ ହକି ଇଣ୍ଡିଆ ସଭାପତି ଆଜି ବାଲିଯାତ୍ରା ପଡିଆ ରେ ରଥିବା ହକି ଷ୍ଟଲ ବୁଲି ବୁଲି ଦେଖିଛନ୍ତି। ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଲଗା ଯାଇଛି ଷ୍ଟଲ। ଯାହାକୁ ଦେଖିବା ପାଇଁ ସବୁ ସମୟରେ ଲାଗୁଛି ଭିଡ଼।

ମୁଖ୍ୟମନ୍ତ୍ରୀ ଙ୍କ ହକି କ୍ରୀଡା ପ୍ରତି ଯେଉଁ ଭଲ ପାଇବା ରହିଛି ସେଥିପାଇଁ ରାଜ୍ୟ ରେ ଆଉ ଏକ ବିଶ୍ୱକପ ହେବାକୁ ଯାଉଛି। ଯାହା ରାଜ୍ୟର କ୍ରୀଡା ଦିଗ କୁ ଆହୁରି ବିକାଶ ପଥ ରେ ଆଗେଇ ନେବ ବୋଲି କହିଛନ୍ତି ସେ। ଏହାସହ ଷ୍ଟଲ ବୁଲିବା ସମୟରେ କଟକ ବାଲିଯାତ୍ରା ର ଐତିହ ଓ ଇତିହାସ କୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବିଶ୍ୱ ସ୍ତରରେ କଟକ ବାଲିଯାତ୍ରା କୁ ସ୍ୱତନ୍ତ୍ରତା ପ୍ରଦାନ କରିଛନ୍ତି ତାକୁ ନେଇ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲୀପ ତିର୍କୀ। ହଜାର ବର୍ଷର ପୁରୁଣା ସହର ରେ ନୌବାଣିଜ୍ୟ କାରବାର ସମୟରୁ ଏହି ପ୍ରଥା ରହି ଆସିଛି। ଯାହା ସର୍ଵଦା ଇତିହାସର ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି।

ସମ୍ବନ୍ଧିତ ଖବର