ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

କେନ୍ଦୁଝର : ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀ ତାର ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହେଉଛି। ଏଭଳି ଏକ ସ୍ପର୍ଶକାତର ଘଟଣା କେନ୍ଦୁଝର ସଦର ଥାନା ହାଣ୍ଡିଭଙ୍ଗା ଗ୍ରାମରେ ଘଟିଛି।

ହାଣ୍ଡିଭଙ୍ଗା ଗ୍ରାମର ଜିତେଶ ବାରିକ (୩୦) ଜଂଘିରା ଅଞ୍ଚଳର ସରସ୍ବତୀ ମହାନ୍ତ (୨୮)ଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ୮ ଓ ୩ ବର୍ଷର ଦୁଇଟି ଝିଅ ଅଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା। ୨ ଦିନ ପୂର୍ବେ ମଧ୍ୟ ଏହିପରି ଝଗଡା ହେବାରୁ ସରସ୍ବତୀ ତାଙ୍କ ବାପା ଘରକୁ ଚାଲିଯାଇଥିଲେ। ଜିତେଶ ପୁଣି ତାଙ୍କୁ ବୁଝାସୁଝା କରି ଘରକୁ ଆଣିଥିଲେ। ଶନିବାର ମଧ୍ୟାହ୍ଣ ସମୟରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ଫଳରେ ଜିତେଶ ଏକ ଧାରୁଆ ଅସ୍ତ୍ରରେ ସରସ୍ବତୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ପେଟର ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସରସ୍ବତୀଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ କିଛି ଲୋକ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ ହାଣ୍ଡିଭଙ୍ଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନଥିବା ଜଣାପଡିଛି। ପୁଲିସ ସରସ୍ବତୀଙ୍କ ସ୍ବାମୀ ଜିତେଶଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ପଳାଶପଙ୍ଗା ଫାଣ୍ଡି ଅଧିକାରୀ ଭୋଳେଶ୍ବର ନାୟକ ପ୍ରକାଶ କରିଛନ୍ତିି।

ସମ୍ବନ୍ଧିତ ଖବର