କଳାହାଣ୍ଡି : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା

କେସିଙ୍ଗା/ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କୁଣ୍ଡାବନ୍ଧ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ମୋହନ ଦୀପ (୫୫) ନିଶାସକ୍ତ ଅବସ୍ଥାରେ ତାର ସ୍ତ୍ରୀ ମଇନା ଦୀପ (୫୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୋହନ କିଛି କାମ କରୁନ ଥିଲା ବେଳେ ପ୍ରତିଦିନ ମଦ ପିଇ ନିଶାରେ ରହୁଥିଲା। ଏଥିସହ ସ୍ତ୍ରୀକୁ ହଇରାଣ କରିବା ସହ ମାରପିଟ୍ କରୁଥିଲା। ରବିବାର ପୂର୍ବାହ୍ନରେ ମୋହନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ମଇନା ସହ ଯୁକ୍ତିତର୍କ କରିଥିଲା। ଏହାପରେ ଏକ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା। ଘଟଣାସ୍ଥଳରେ ହିଁ ମଇନାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କଳାହାଣ୍ଡି ଏସ୍‌ପି ବି. ଗଂଗାଧାର ଗୁର୍ଜିମୁଣ୍ଡା ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର