ଆଇଆର୍‌ସିଟିସିର ଘରୋଇ ବିମାନ ଯାତ୍ରା ପ୍ୟାକେଜ୍‌

ଭୁବନେଶ୍ବର : ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି), ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଘରୋଇ ବିମାନ ଯାତ୍ରା ପ୍ୟାକେଜ୍ ଘୋଷଣା କରାଯାଇଛି। ସ୍ୱଳ୍ପ ପାଉଣା ମାଧ୍ୟମରେ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଭ୍ରମଣ ପାଇଁ ଏକ ବ୍ୟାପକ ପରିକଳ୍ପନା କରାଯାଇ କାଶ୍ମୀର, ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି, ଗୋଆ, ରାଜସ୍ଥାନ-ଡେଜର୍ଟ ସର୍କିଟ୍ ପ୍ୟାକେଜ୍ କରାଯାଇ ପର୍ଯ୍ୟଟନ ସୁବିଧା ଯୋଗାଇ ଦିଆଯାଉଛି। ପ୍ୟାକେଜ୍‌ଗୁଡିକ ଦଳଗତ ଓ ଆବଶ୍ୟକତା ଅନୁଯାୟୀ କଷ୍ଟୋମାଇଜ୍ ଭିତ୍ତିରେ ଉପଲବ୍ଧ କରାଯାଉଛି।

କାଶ୍ମୀର ଭ୍ରମଣ ପ୍ୟାକେଜ୍‌ ଦ୍ୱାରା ଯାତ୍ରୀ ପିଛା କେବଳ ୨୪ ହଜାର ୩୯୫ ଟଙ୍କା ରଖାଯାଇଛି। ଅଗଷ୍ଟ ୨୦ରୁ ଆରମ୍ଭ ହେଉଥିବା ଏହି ଭ୍ରମଣ ସୁଯୋଗରେ ୫ ରାତି/୬ ଦିନ କାଶ୍ମୀର ବୁଲିପାରିବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ସହ ଗୁଜୁରାଟ ଭ୍ରମଣ ପ୍ୟାକେଜରେ ଯାତ୍ରୀ ପିଛା ୨୩ ହଜାର ୮୯୫ ଟଙ୍କାରେ ସେପ୍ଟେମ୍ବର ୧୦ରୁ ୩ ରାତି/୪ ଦିନ, ଗୋଆ ଭ୍ରମଣ ପ୍ୟାକେଜ ଦ୍ୱାରା ଯାତ୍ରୀ ପିଛା ୨୧ ହଜାର ୧୨୦ ଟଙ୍କାରେ ସେପ୍ଟେମ୍ବର ୨୪ରୁ ୩ ରାତି/୪ ଦିନ, ରାଜସ୍ଥାନ ଡେଜର୍ଟ ସର୍କିଟ୍ ଭ୍ରମଣ ପ୍ୟାକେଜ ଦ୍ୱାରା ଯାତ୍ରୀ ପିଛା ୩୩ ହଜାର ୭୬୦ ଟଙ୍କାରେ ଅକ୍ଟୋବର ୯ରୁ ୬ ରାତି/୭ ଦିନ ଭ୍ରମଣ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର